20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଟ୍ରେନିଙ୍ଗ କମ୍ପାନୀର ପ୍ଲେନ ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

ଟ୍ରେନିଙ୍ଗ କମ୍ପାନୀର ପ୍ଲେନ ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

ଭୋପାଳ: ପୁଣି ଏକ ପ୍ଲେନ୍ କ୍ରାଶ କରି ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଶୁକ୍ରବାର ଏକ ପ୍ଲେନ୍ ମନ୍ଦିର ସହ ଧକ୍କା ହେବାରୁ ଏହାର ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଚୋରହାଟାରେ ଘଟିଛି। ଦୁର୍ଘଟଣା ପରେ ପାଇଲଟ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ଏକ ପାଇଲଟ୍ ଟ୍ରେନିଂ କମ୍ପାନୀର ଥିବା ଜଣାପଡ଼ିଛି।

ଘଟଣାରେ ବିମାନରେ ଥିବା ଟ୍ରେନି ପାଇଲଟଙ୍କ ଅବସ୍ଥା ଗୁରୁତର ରହିଛି । ରିଓ୍ୱାର ଚୋରହଟା ଥାନା ଉମ୍ରିରେ ଥିବା ବିମାନ ବନ୍ଦରରେ ଏକ ଘରୋଇ କଂପାନୀ ନୂଆ ପାଇଲଟଙ୍କୁ ପ୍ରଶିକ୍ଷଣ ଦେଇଥାଏ । ମିଳିଥିବା ସୂଚନାରେ ପାଇଲଟ ଜଣକ ଗତକାଲି ରାତିରେ ଶିକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଡାଣ ଭରିବାର କିଛି ସମୟ ପରେ ବିମାନଟି ମନ୍ଦିରର ଚୂଡାରେ ପିଟି ହୋଇଯାଇଥିଲା । ଏହା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ।

ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ପାଇଲଟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସିନିୟର ପାଇଲଟଙ୍କ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ କୁହୁଡି ଯୋଗୁଁ ବିମାନଟି କ୍ରାସ୍ ହୋଇଥିବା କୁହାଯାଉଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking