ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ । ଇନଷ୍ଟାଗ୍ରାମରେ ଇଣ୍ଡିଆନ ଟେମ୍ପୁଲ ନାମକ ଏକ ଆଇଡ଼ିରେ ଏହି ଶ୍ରୀମନ୍ଦିର ଫଟୋ ଛଡାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟରୁ ଏହି ଫଟୋ ନିଆଯାଇଛି । ତେବେ କିଭଳି ଏହି ଫଟୋ ଉଠାଗଲା ଓ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ଜଣାପଡିନି । ପୂର୍ବରୁ ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏତେ କଟକଣା ସତ୍ୱେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଗଲା କିପରି । ସୁରକ୍ଷା ଦୃଷ୍ଟି କୋଣରୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି । ବାରମ୍ବାର ଫଟୋ ଭାଇରାଲ ହେଉଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।