30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନଫିଲ୍ମ ଆଦିପୁରୁଷ ବିରୋଧରେ ହାଇକୋର୍ଟରେ ପିଟିସନ୍‌

ଫିଲ୍ମ ଆଦିପୁରୁଷ ବିରୋଧରେ ହାଇକୋର୍ଟରେ ପିଟିସନ୍‌

ନୂଆଦିଲ୍ଲୀ : ପ୍ରଭାସ ଓ କୃତି ସେନନ୍ ଷ୍ଟାରର୍ ଫିଲ୍ମ ଆଦିପୁରୁଷର ସଂଳାପକୁ ନେଇ ବିବାଦ ଦେଖାଦେଇଛି । ଫିଲ୍ମକୁ ବ୍ୟାନ୍ କରିବା ନେଇ ହିନ୍ଦୁ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଛନ୍ତି । ଫିଲ୍ମର କେତେକ ସଂଳାପ, ଚରିତ୍ର ଓ ଦୃଶ୍ୟ ହଟାଇବାକୁ ପିଟିସନ୍‌ରେ ଦାବି କରାଯାଇଛି ।

ଫିଳ୍ମରେ ଆମର ଆରାଧ୍ୟ ଦେବତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି, ଯାହା ଅପମାନଜନକ । ତେଣୁ ଏପରି ଫିଲ୍ମର ସ୍କ୍ରିନିଂ ଉପରେ ରୋକ୍ ଲଗାଯିବା ଉଚିତ ବୋଲି ବିଷ୍ଣୁ ଗୁପ୍ତା କହିଛନ୍ତି । ଅନ୍ୟପକ୍ଷରେ ଫିଲ୍ମର ସଂଳାପକୁ ନେଇ ସୋସିଆଲ୍ ମିଡିଆରେ ନିର୍ଦ୍ଦେଶକ ଓ ସଂଳାପ ଲେଖକଙ୍କୁ ଟ୍ରୋଲ୍ କରାଯିବା ସହିତ ବୟକଟ୍ ଟ୍ରେଣ୍ଡ୍ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking