29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଆର୍‌ଜି କର ହସ୍‌ପିଟାଲ୍‌ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପିତାମାତା ହାଇକୋର୍ଟଙ୍କ ଦ୍ବାରସ୍ଥ

ଆର୍‌ଜି କର ହସ୍‌ପିଟାଲ୍‌ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପିତାମାତା ହାଇକୋର୍ଟଙ୍କ ଦ୍ବାରସ୍ଥ

କୋଲକତା : ଆର୍‌ଜି କର ମେଡିକାଲ୍ କଲେଜ୍ ହସ୍‌ପିଟାଲ୍‌ର ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ ପଶ୍ଚିମବଙ୍ଗ ପୁଲିସ ଠାରୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତେବେ ଆଜି ମୃତ ଡାକ୍ତରଙ୍କ ପିତାମାତା ମାମଲାର ପୁନଃ ତଦନ୍ତ କରିବା ନିମନ୍ତେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଦାଏର ଆବେଦନରେ ପୀଡ଼ିତାଙ୍କ ପିତାମାତା ଦର୍ଶାଇଛନ୍ତି ଯେ ସଂପ୍ରତି ଚାଲୁଥିବା ତଦନ୍ତ ଉପରେ ସେମାନଙ୍କ ଆଉ ଆସ୍ଥା ନାହିଁ। ଏଣୁ ମାମଲାର ପୁନଃ ତଦନ୍ତ କରାଯାଉ। ବିଚାରପତି ତୀର୍ଥଙ୍କର ଘୋଷ ଆବେଦନକୁ ଗ୍ରହଣ କରିବା ସହ ଆବେଦନକାରୀଙ୍କ ଓକିଲଙ୍କୁ ସିବିଆଇକୁ ପକ୍ଷଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର, ଅର୍ଥାତ୍ ଡିସେମ୍ବର ୨୩ ତାରିଖକୁ ଧାର‌୍ୟ୍ୟ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking