ଭୁବନେଶ୍ୱର: ସଂସଦ ଭବନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ପ୍ରସଙ୍ଗ । ନିଷ୍ପତ୍ତିକୁ ସ୍ୱଗତଯୋଗ୍ୟ ପଦକ୍ଷେପ କହିଲେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାଧିନତା ପାଇଁ ସମସ୍ତେ ଲଢିଥିଲେ କିନ୍ତୁ ଏହାର କୌଣସି ଦଳ ନୁହେଁ । ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ଶକ୍ତିମାନେ ଆସିବା ଦରକାର । ବିଜେଡିର ନିଷ୍ପତ୍ତି ଭଲ ନିଷ୍ପତ୍ତି ଆଉ ଏହା ପୂରାପୁରି ଭାବେ ସ୍ୱାଗତଯୋଗ୍ୟ । ଅନ୍ୟ ରାଜନୈତିକ ଦଳ ମଧ୍ୟ ଏଭଳି ଭାବରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।