24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଖାଦ୍ୟ ପାଇଁ ପାକିସ୍ତାନ ଲୋକେ ଛଟପଟ; : ଏପଟେ ଆଇଏମ୍‌ଏଫ୍ ଦେଲା ଝଟକା !

ଖାଦ୍ୟ ପାଇଁ ପାକିସ୍ତାନ ଲୋକେ ଛଟପଟ; : ଏପଟେ ଆଇଏମ୍‌ଏଫ୍ ଦେଲା ଝଟକା !

ନୂଆଦିଲ୍ଲୀ : ଗମ୍ଭୀର ଆର୍ôଥକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଏଭଳି ଏକ ସମୟରେ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ରୁ ମିଳିଛି କଡା ଝଟକା । ଆଇଏମ୍‌ଏଫ୍ରୁ ଖୁବ୍ ଶୀଘ୍ର ମିଳିବା ନେଇ ପାକିସ୍ତାନର ଯେଉଁ ଆଶା ଥିଲା ତାହା ଏବେ ଭାଙ୍ଗି ଯାଇଛି । ପାକିସ୍ତାନର ସର୍କୁଲାର କର୍ଜ ମ୍ୟାନେଜମେଣ୍ଟ ପ୍ଲାନକୁ ଆଇଏମ୍‌ଏଫ୍ ଖାରଜ କରିଦେଇଛି ଓ ଏହାଛଡା ଏଭଳି ସର୍ତ୍ତ ମଧ୍ୟ ଏହା ସାମନାରେ ରଖିଦେଇଛି, ଯାହାକୁ ତା ଉପରେ ଭାରି ପଡିବାକୁ ଯାଉଛି । ଆର୍ôଥକ ସଙ୍କଟର ଶିକାର ପାକିସ୍ତାନକୁ ଆଇଏମ୍‌ଏଫ୍ ବିଜୁଳି ଦର ବଢାଇବା ପାଇଁ କହିଛି । ଏହାର ଅର୍ଥ ଯଦି ପାକିସ୍ତାନ ଆଇଏମ୍‌ଏଫ୍ର ସର୍ତ୍ତ ମାନେ ତେବେ ପାକିସ୍ତାନବାସୀଙ୍କୁ ଏବେଠାରୁ ବିଜୁଳି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଖରାପ ଆର୍ôଥକ ସ୍ଥିତିରେ ପାକିସ୍ତାନର ସାଥ୍ ଛାଡି ଦେଇଛନ୍ତି ତା’ର ମିତ୍ର ରାଷ୍ଟ୍ର ।

ସାଉଦି ଆରବ ଯେଉଁଠି ବିନା ସର୍ତ୍ତରେ ଋଣ ଦେବାକୁ ମନା କରିଦେଇଛି, ସେଭଳି ଚୀନ୍ ମଧ୍ୟ ସାହାଯ୍ୟ ପାଇଁ ଆଗକୁ ଆସିନାହିଁ । ଏହା ଭିତରେ ପାକିସ୍ତାନକୁ ଆଇଏମ୍‌ଏଫଠାରୁ ବଡ ଆଶା ଥିଲା । ପାକିସ୍ତାନ ଭାବୁଥିଲା ଆଇଏମ୍‌ଏଫ୍ରୁ ଖୁବ୍ ଶୀଘ୍ର ଋଣ ମିଳିଯିବ ଓ ଏହାର ଇକୋନୋମି ଉପରେ ବିପଦ କିଛି ଦିନ ପାଇ ଟଳିଯିବ । କିନ୍ତୁ ଆଇଏମ୍‌,ଫ୍ ତା’ର ଯୋଜନାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଅନ୍ତର୍ଜାତୀୟ ମୁଦ୍ରାକୋଷ ପାକିସ୍ତାନକୁ କହିଛି ଯେ, ସେ ବିଜୁଳି ଦରରେ ବୃଦ୍ଧି କରିବାକୁ କହିଛନ୍ତି । ‘ଦ ନ୍ୟୁଜ ଇଣ୍ଟର ନ୍ୟାସନାଲ’ର ସୂଚନା ଅନୁସାରେ, ଆଇଏମ୍‌ଏଫ୍ ପାକିସ୍ତାନ ସରକାରକୁ ଚଳିତ ଆର୍ôଥକ ବର୍ଷ ପାଇଁ ୧୧-୧୨.୫୦ ପାକିସ୍ତାନୀ ଟଙ୍କା ପ୍ରତି ୟୁନିଟ୍ ବିଜୁଳି ଦରରେ ବୃଦ୍ଧି କରିବାକୁ କୁହାଯାଇଛି । ଏହାଦ୍ୱାରା ପାକିସ୍ତାନୀ ନାଗରିକଙ୍କ ସମସ୍ୟା ବଢିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking