29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶସୁପ୍ରିମକୋର୍ଟରୁ ରାମଦେବ ଓ ପତଞ୍ଜଳିକୁ ଆଶ୍ୱସ୍ଥି

ସୁପ୍ରିମକୋର୍ଟରୁ ରାମଦେବ ଓ ପତଞ୍ଜଳିକୁ ଆଶ୍ୱସ୍ଥି

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ଥି। ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ କରିବା ମାମଲାରେ ଉଭୟଙ୍କୁ କ୍ଷମ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଅବମାନନା ମାମଲାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଗତ କିଛି ଦିନ ହେବ ପତଞ୍ଜଳି କମ୍ପାନିର ବିଭ୍ରାନ୍ତକାର ବିଜ୍ଞାପନକୁ ନେଇ ବିବାଦ ଲାଗି ରହିଥିଲା। ତେବେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ଜଣାପଡ଼ିଛି। ଲୋକଙ୍କୁ ଭୁଆଁ ବୁଲେଇବା ପରି ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ନୋଟିସ ପଠାଇବା ପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଦୁହିଁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି।
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ), ପତଞ୍ଜଳି ଉପରେ କୋଭିଡ-୧୯ ଟୀକାକରଣକୁ ନେଇ ଏକ ଅଭିଯାନ ଚଳାଇଥିବାର ଆରୋପ ଲଗାଇଥିଲା। ଭାରତୀୟ ମେଡିକାଲ୍ ଆସୋସିଏସନ୍ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ହେତୁ ଏଲୋପାଥି ଔଷଧ ଅବହେଳିତ ହେଉଛି। ଏହା ଉପରେ କୋର୍ଟ ଚେତାବନୀ ଦେଇଥିଲେ ଯେ ପତଞ୍ଜଳି ଆୟୁର୍ବେଦ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking