ନୂଆଦିଲ୍ଲୀ : ଏଲଏସିରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ ମଧ୍ୟରେ ଚାଲିିଥିବା ୧୦ମ ସ୍ତରୀୟ କୋର କମାଣ୍ଡର ବୈଠକ ଶେଷ ହୋଇଛି । ଆଜି ବିଳମ୍ବିତ ରାତି ୨ଟାରେ ଶେଷ ହୋଇଛି ଏହି କମାଣ୍ଡର ସ୍ତରୀୟ ଆଲୋଚନା । ଗୋଗ୍ରା, ହଟ ସ୍ପ୍ରିଙ୍ଗ, ଡେପସାନ ଅଞ୍ଚଳରୁ ସୈନ୍ୟ ପ୍ର୍ୟତ୍ୟାହାର କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଚୀନର ମେଲ୍ଡୋରେ ୧୬ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା ।
୯ ମାସରୁ ଅଧିକ ସମୟ ଧରି ପୁର୍ବ ଲଦାଖରେ ୨ ଟି ଦେଶ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ପରେ ଭାରତ ଓ ଚୀନ ପକ୍ଷରୁ ପ୍ରଥମ ଥର ପାଇଁ ସେ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ସୈନ୍ୟ ହଟା ଯାଇଛି । ପାନ୍ଗଙ୍ଗର ଉତ୍ତର ଓ ଦକ୍ଷିଣ ତଟରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର କରାଯାଉଛି । ନବମ ସ୍ତର ଆଲୋଚନା ବେଳେ ୨ ଦେଶ ମଧ୍ୟରେ ଏହି ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି କରାଯାଇଥିଲା । ନିଷ୍ପତି ଅନୁଯାୟୀ ଫେବୃଆରୀ ୧୦ରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି ।