40.1 C
Bhubaneswar
Thursday, April 25, 2024
HomeUncategorizedଚାକିରୀ ଲୋଭ ଦେଖାଇ ଗଣଦୁଷ୍କର୍ମ

ଚାକିରୀ ଲୋଭ ଦେଖାଇ ଗଣଦୁଷ୍କର୍ମ

ଫରୀଦାବାଦ : ଦିଲ୍ଲୀର ଫରିଦାବାଦ ଠାରେ ଚାକିରୀ ଲୋଭ ଦେଖାଇ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସାମନାକୁ ଆସିଛି । ଏହି ମାମଲାରେ ଜଣେ ମହିଳାଙ୍କ ସହିତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଶନିବାର ଆରେପୀ ମାନଙ୍କୁ କୋର୍ଟରେ ଉପସ୍ଥିତ କରାଯାଇଥିଲା ।
ଥାନାରେ ହୋଇଥିବା ଏଫଆଇଆର ମୁତାବକ ପିଡୀତା ଯୁବତୀ ଜଣକ ବହୁ ସମୟରୁ ଚାକିରୀର ସନ୍ଧାନ କରୁଥିଲେ । ୧୪ ଫେବୃଆରି ରେ ମଧ୍ୟ ସେ ଚାକିରୀ ଖୋଜିବାକୁ ବାହାରକୁ ଯାଇଥିଲେ । ସେ ବିକେ ଛକ ରେ ଛିଡା ହୋଇଥିଲେ ଓ ନିଜ ଭଉଣୀଙ୍କ ସହ ଫୋନ ଯୋଗେ କଥା ହେଉଥିଲେ ।
କଥାବାର୍ତ୍ତା ସରିବା ପରେ ଅଟୋ ବାଲା ତାଙ୍କୁ କହିଥିଲେ ଯେ ତାଙ୍କ ଭାଉଜ ଚାକିରୀ ଏଜେନି୍ସରେ କାମ କରନ୍ତି । ଏହାକହି ଅଟୋ ବାଲା ଯୁବତୀଙ୍କ ଫୋନ ନମ୍ବର ନେଇଥିଲେ ।

ତାହା ପର ଦିନ ଅଟୋ ଚାଳକଙ୍କ ସମୀର ଯୁବତୀ ଙ୍କୁ ଫୋନ କରି ନିଜ ଭାଉଜ ଙ୍କ ଫୋନ ନମ୍ବର ଦେଇ କଥା ହେବା ପାଇଁ କହିଥିଲେ ।
୧୮ ଫେବୃଆରୀ ଦିନ ସମୀରଙ୍କ ଭାଉଜ ଫୋନ କରି ଯୁବତୀଙ୍କୁ ନିଜ ଘରକୁ ଡାକିଥିଲେ । ଏହା ଅଭିଯୋଗ ହୋଇଛି ଯେ, ସେହିଦିନ ଭାଉଜ ଙ୍କସ୍ୱାମୀ ଓ ସମୀର ଓ ସମୀରର ବନ୍ଧୁ ମଧ୍ୟ ଘରେ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଓ ତାକୁ ଧମକ ଦେବା ସହିତ ତାଙ୍କ ଠାରୁ ଫୋନ ଛଡାଇ ଆଣିଥିଲେ ।

ଏହାପରେ ବହୁ କଷ୍ଟରେ ଯୁବତୀ ଜଣକ ସେଠାରୁ ଖସି ଆସ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲ। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking