33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଣି ମା’ ହେଲେ କରୀନା

ପୁଣି ମା’ ହେଲେ କରୀନା

ନୂଆଦିଲ୍ଲୀ : ପଟୌଦି ପରିବାରକୁ ପୁଣି ଥରେ ମିଳିଛି ଖୁସିଖବର । ପୁଣି ମା’ ହୋଇଛନ୍ତି କରିନା । ଆଜି ସକାଳେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କରୀନାଙ୍କ ଶିଶୁର ଜନ୍ମ ମୁମ୍ବାଇର ବ୍ରିଚ କେଣ୍ଡୀ ହସ୍ପିଟାଲରେ ହୋଇଛି । ତେବେ ବର୍ତ୍ତମାନ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି ।

ଏହି ଖବର ପାଇବା ପରେ ଟ୍ୱିଟରରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛିା ତାଙ୍କ ଫ୍ୟାନ୍ସ ମାନେ ବେବି ବୟର ଚେହେରା ଦେଖିବା ପାଇଁ ଉତ୍ସୁକ ଅଛନ୍ତି ଓ କେହି କେହି ବେବିର ନାଁ ମଧ୍ୟ କହିବା ଆରମ୍ଭ କରିଦେଲେଣି । ଏହି ବେବି ବୟର ଜନ୍ମ ଖବର ପରେ କରିନା କପୁର ଟ୍ୱିଟରରେ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛନ୍ତି । ତାଙ୍କ ଫ୍ୟାନ୍ସ ମାନଙ୍କ ତରଫରୁ ତାଙ୍କୁ ଖୁବସାରା ସୁଭେଚ୍ଛା ମିଳୁଛି ।

ତେବେ ଗରୁବାର ଦିନ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇପାରେ ବୋଲି କରୀନାଙ୍କ ପିତା ରଣଧୀର କପୁର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ଆଜି ସକାଳୁ ଏହି ଖୁସି ଖବର ମିଳିଛି । ପୁଣି ଥରେ ପିତା ହୋଇଛନ୍ତି ସୈଫ ଅଲ୍ଲୀ ଖାନ ଓ ମା’ ହୋଇଛନ୍ତି କରିନା କପୁର ଖାନ ।

ସୂଚନାଯୋଗ୍ୟ ଯେ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ପ୍ରେମ ବିବାହ ୨୦୧୨ ଅକ୍ଟୋବର ୧୬ରେ ହୋଇଥିଲା । ବିବାହର ୪ ବର୍ଷ ପରେ କରୀନା ଏକ ପୁତ୍ର ସନ୍ତାନ ତୈମୁରକୁ ଜନ୍ମ ଦେଇଥିଲେ । ,ଷବ ତୌମୁର କୁ ୪ ବର୍ଷ । ତେବେ ୨୦୨୧ ରେ ପୁଣି ଥରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି କରୀନା । ଏହା ସହ କରୀନା ଦ୍ୱୀତୀୟ ଥର ଓ ପିତା ସୈଫ ଅଲ୍ଲୀ ଖାନ ୪ର୍ଥ ଥର ପାଇ ପିତା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking