33.1 C
Bhubaneswar
Friday, May 3, 2024
Homeଓଡିଶାପିଡିଏସ ଚାଉଳ ଓ କିରାସିନି କଳାବଜାରୀ

ପିଡିଏସ ଚାଉଳ ଓ କିରାସିନି କଳାବଜାରୀ

ମାଲକାନଗିରି – ଦିନ ଦିପହର ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହଡପ କରିଚାଲିଛନ୍ତି ପିଡିଏସ ଚାଉଳ ଏବଂ କିରାସିନି । ଏହି କଳାବଜାରୀ ରେ ସାମିଲ ହେଇଛନ୍ତି ଦାୟିତ୍ୱରେ ରହିଥିବା ସରକାରୀ ବାବୁ ମାନେ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ସଦର ବ୍ଲକ ଅନ୍ତ୍ରଗତ ତାଣ୍ଡକି ପଞ୍ଚାୟତରେ । ଏହି ପଞ୍ଚାୟତରେ ଦୀର୍ଘଦିନ ଧରି ଲୋକଙ୍କ ନିମତେ ଯୋଗାଯାଇ ଦିଆଯାଉଥିବା ପିଡିଏସ ଚାଉଳ ଏବଂ କିରିସୀନ ର ବାଟମାରଣା କରି କଳା ବଜାରୀ କରାଯାଉଥିଲା । ନିର୍ଧାରିତ ପରିମାଣର ପିଡିଏସ ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନ କରାଯାଉନଥିଲା । ହିତାଧିକାରୀ ମାନେ ପଞ୍ଚାୟତ ଅଧିକାରୀ ଏବଂ ସେଲସମେନ କୁ ଅଭିଯୋଗ କରୁଥିଲେ ।
ଆଜି ତାଣ୍ଡିକି ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି ରେ ପଞ୍ଚୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏବଂ ପଞ୍ଚୟତ କାର୍ଯ୍ୟାଳୟ ର ଏକ ପରିତ୍ୟକ୍ତ ସ୍ଥାନରୁ ୨୬୦ ଲିଟର କିରିସୀନ ଏବଂ ୨୦ କୁଇଣ୍ଟାଲରୁ ଉର୍ଦ୍ଧ ଚାଉଳ ଏକ କୋଠରୀରୁ ଉଦ୍ଧାର କରିଛନ୍ତି । ତେବେ ଗ୍ରାମବାସୀ ଏହି କିରାସୀନ ଏବଂ ଚାଉଳ କେଉଁ ପରିସ୍ଥିତିରେ ଏହି ସବୁ ସ୍ଥାନରେ ଗଛିତ ରହିଥିଲା ବୋଲି ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ବାବୁ ଜଣକ ତୁ ତୁ ମେ ମେ ହୋଇ କିଛି କେମେରା ସମ୍ମୁଖରେ କହିବାକୁ ମନା କରିଦେଇଥିଲେ । କିନ୍ତୁ ଗ୍ରାମବାସି ଏଥିନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking