31.1 C
Bhubaneswar
Saturday, April 20, 2024
Homeଓଡିଶାଶରୀରରୁ ଚର୍ବି କାଢ଼ିବାର ନୂତନ ପଦ୍ଧତି, ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍...

ଶରୀରରୁ ଚର୍ବି କାଢ଼ିବାର ନୂତନ ପଦ୍ଧତି, ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ

ଭୁବନେଶ୍ୱର  : ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ସମ୍ ଅଲ୍ଟିମେଟ୍‌
ମେଡିକେୟାର୍‌ରେ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ସମ୍ମମ୍‌ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ
ପ୍ରଥମ ଥର ପାଇଁ ନୂତନ ପଦ୍ଧତିରେ ପାୱାର ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ କରାଯାଇଛି । ପ୍ଲାଷ୍ଟିକ୍ ସର୍ଜରୀ
ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଫେସର ଡଃ ଜୟନ୍ତ କୁମାର ଦାସ ଏହି ନୂତନ ପଦ୍ଧତିରେ ସର୍ଜରୀ
କରିଛନ୍ତି ।
ପୁରୀ ଅଂଚଳର ଜଣେ ଯୁବକଙ୍କର ଏହି ଅସ୍ତ୍ରୋପଚାର କରାଯାଇ ତାଙ୍କ ଶରୀରରେ ଥିବା ଏକ ଲିଟର ଅତ୍ୟଧିକ
ଚର୍ବି କଢ଼ାଯାଇଛି । ଦୀର୍ଘ ଦେଢ଼ ଘଂଟା ଧରି ଏହି ସର୍ଜରୀ କରାଯାଇଥିବା ବେଳେ ଯୁବକ ଜଣକ ସୁସ୍ଥ ଥିବା ଡଃ
ଦାସ କହିଛନ୍ତି ।
ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ପଦ୍ଧତି ପ୍ରୟୋଗ କରାଯାଇ ଖୁବ୍ କମ୍ ମୂଲ୍ୟରେ ଏହା ସଫଳ
ହୋଇପାରିଛି ବୋଲି ସେ କହିଛନ୍ତି ।

ମଣିଷ ଶରୀରର ହାତ, ଛାତି, ତଳିପେଟ, ଜଙ୍ଘ ଏବଂ ପଛ ଭାଗରେ ଅଧିକ ଚର୍ବି ରହିଥାଏ । ଯାହାକି ମଣିଷର
ଶରୀରକୁ ଅସୁନ୍ଦର କରିଥାଏ । ତେଣୁ ଏହି ପଦ୍ଧତିରେ ଚର୍ମ ତଳେ ଅସ୍ତ୍ରୋପଚାର କରାଯାଇ ଅତ୍ୟଧିକ ଚର୍ବିକୁ
କଢ଼ାଯାଇଥାଏ । ତେବେ ଏହି ପଦ୍ଧତି ଦ୍ୱାରା ମଣିଷ ଶରୀରର ଆକାରରେ ପରିବର୍ତନ ହୋଇଥାଏ । ଏହାଦ୍ୱାରା
ଓଜନ କମିଯାଏ ବୋଲି ଯେଉଁ ଧାରଣା ରହିଛି ତାହା ଭୁଲ ବୋଲି କହିଛନ୍ତି ଡଃ ଦାସ ।
ମୁଖ୍ୟତଃ ପୁରୁଷମାନଙ୍କ କ୍ଷେତ୍ରରେ ଗାଏନାକୋମାଷ୍ଟିଆ ଲକ୍ଷଣ ଦେଖାଦେଇଥାଏ । ପୁରୁଷଙ୍କ ଶରୀରର
ବକ୍ଷସ୍ଥଳରେ ଅଧିକ ଚର୍ବି ହେବା ଫଳରେ ପୁରୁଷମାନେ ସଙ୍କୋଚ ଅନୁଭବ କରିଥାନ୍ତି । ତେଣୁ ଏହି ଅତ୍ୟାଧୁନିକ
ସର୍ଜରୀ ସେମାନଙ୍କ କ୍ଷେତ୍ରରେ ଲାଭପ୍ରଦ ହୋଇପାରିବ ବୋଲି ଡଃ ଦାସ କହିଛନ୍ତି । ଏହାଦ୍ୱାରା ଶରୀରରେ
କୌଣସି ଦାଗ ମଧ୍ୟ ରହେ ନାହିଁ । ୧୮ ରୁ ୫୦ ବର୍ଷର ପୁରୁଷମାନେ ଏହି ସର୍ଜରୀ କରିପାରିବେ । ଜଣକ
ଶରୀରରୁ ଅତିମାତ୍ରାରେ ୧୦ ଲିଟର ଚର୍ବି କଢ଼ାଯାଇପାରିବ ବୋଲି ଡଃ ଦାସ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking