ଝାରସୁଗୁଡ଼ା : ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ଏହି ରେଡ୍ କରାଯାଇଛି। ୨ ଜଣିଆ ଆୟକର ଟିମ ପକ୍ଷରୁ ଏହି ରେଡ କରାଯାଉଥିବା ସୂଚନା ରହିଛି। ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଥିଲା। କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା, ବିଶାଳ ଟିକସ ଫାଙ୍କି ଥିଲେ କି, ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ। ଏନେଇ ବିଶାଳ ଦାସଙ୍କ କୌଣସି ପ୍ରତିକ୍ରିୟ ମିଳିପାରିନି।