38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ୪୦ ଆହତ

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ୪୦ ଆହତ

ଉନ୍ନାଓ :ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୁଣି ଥରେ ଦ୍ରୁତ ଗତି କାରଣରୁ ଏକ ସଡକ ଦୁର୍ଘଟଣା ଘଟିଛି । ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ସିରଧରପୁର ଗାଁ ନିକଟରେ ଏକ୍ସପ୍ରେସୱେରେ ଚାଳକର ଆଖି ଲାଗିଯିବାରୁ ଏକ ଯାତ୍ରୀବାହୀ ବସ୍ ଡିଭାଇଡର ସହ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସଭିଁଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାସହ ଏଥିରେ ୨ ଜଣଙ୍କ ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉକ୍ତ ବସଟି ରାଜସ୍ଥାନ ଜୟପୁରରୁ ଦରଭଙ୍ଗା ଯାଉଥିଲା । ସେହି ସମୟରେ ଚାଳକର ଆଖି ଲାଗିଯିବାରୁ ବସଟି ଡିଭାଇଡର ପିଟି ହୋଇ ଓଲଟି ପଡିଥିଲା । ଘଟଣା ପରେ ଜୋରରେ ଚିତ୍କାର ଶୁଣାଯାଇଥିଲା । ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାରକାରୀ ଦଳ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking