18.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗଫେସବୁକ ଓ ଟ୍ୱିଟରକୁ ସଂସଦୀୟ ସମିତିର ସମନ୍‌

ଫେସବୁକ ଓ ଟ୍ୱିଟରକୁ ସଂସଦୀୟ ସମିତିର ସମନ୍‌

ନୂଆଦିଲ୍ଲୀ: ସୂଚନା ପ୍ରଦ୍ୟୋଗିକ ଉପରେ ସଂସଦର ସ୍ଥାୟୀ ସମିତି ଇଲେକ୍ଟ୍ରୋନିକ ମିଡିଆର ଦୁରୁପଯୋଗ ରୋକିବା ପ୍ରସଙ୍ଗ ଉପରେ ଫେସବୁକ ଓ ଟ୍ୱିଟର ଅଧିକାରୀଙ୍କୁ ୨୧ ଜାନୁୟାରୀରେ ହାଜର ହେବା ପାଇଁ ନୋଟିସ ଜାରି କରିଛି । ଏହା ପୂର୍ବରୁ ବି ଫେସବୁକ ଓ ଟ୍ୱିଟର ସଂଯୁକ୍ତ ସଂସଦୀୟ ସମିତି ନିକଟରେ ହାଜର ହୋଇସାରିଛନ୍ତି । ସେହି ସମୟରେ ସେମାନଙ୍କୁ ଡାଟା ସୁରକ୍ଷା ଓ ପ୍ରାଇଭେସି ମାମଲାରେ ସୂଚନା ଦେବା ପାଇଁ ଡକାଯାଇଥିଲା । ଲୋକସଭା ସଚିବାଳୟ ଦ୍ୱାରା ଜାରି ହୋଇଥିବା ନୋଟିସ ଅନୁସାରେ, ସଂସଦୀୟ ସମିତିର ଆଗାମୀ ବୈଠକରେ ନାଗରିକ ଅଧିକାରର ସୁରକ୍ଷା ଓ ଇଂଟରନେଟ ମିଡିଆ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ନେଇ ଫେସବୁକ ଓ ଟ୍ୱିଟର ଅଧିକାରୀଙ୍କ ବିଚାର ଶୁଣାଯିବ । ସମିତିର ବୈଠକ ୨୧ ଜାନୁଆରୀ ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking