32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ପରିଣୀତି ଓ ରାଘବ

ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ପରିଣୀତି ଓ ରାଘବ

ନୂଆଦିଲ୍ଲୀ:ସରିଛି ଅଭିନେତ୍ରୀ ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ବିବାହ  । ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ଏହି ଷ୍ଟାର ଦମ୍ପତ୍ତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ କରିଛନ୍ତି ପରିଣୀତି ଓ ରାଘବ । ପରିବାର ସଦସ୍ୟ ଓ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ଯଥା ରୀତି ଏହି ବାହାଘର ସଂପର୍ଣ୍ଣ ହୋଇଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ବଲିଉଡ଼ ଷ୍ଟାର ଯୋଗ ଦେଇଥିଲେ । ଏହା ବ୍ୟତୀତ ହରଭଜନ ସିଂ ଓ ପତ୍ନୀ ଗୀତା ବସ୍ରା, ସାମିଆ ମିର୍ଜା ଓ ମନୀଷ ମଲହୋତ୍ରାଙ୍କ ସହ ଅନେକ ସେଲିବ୍ରେଟି ଏହି ବିବାହରେ ସାମଲ ହୋଇଥିଲେ ।

ତେବେ ଏଥିରେ କୌଣସି ହାଇ-ପ୍ରୋଫାଇଲ ବଲିଉଡ଼ ତାରକା କି ରାଜନେତା ସାମିଲ ହୋଇନଥିଲା । ତେଣୁ ଏମାନଙ୍କ ପାଇଁ ଏହି ନବ ଦମ୍ପତ୍ତି ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ବୋଲି ଜଣାପଡ଼ିଛି । ଗୋଟିଏ ରିସେପ୍ସନ୍ ଦିଲ୍ଲୀରେ ଓ ଅନ୍ୟଟି ମୁମ୍ବାଇରେ ହେବ ବୋଲି ଜଣାପଡ଼ିଛି । ଦିଲ୍ଲୀ ରିସେପ୍ସନରେ ରାଘବଙ୍କ ନିକତର ରାଜନେତା ଓ ମୁମ୍ବାଇରେ ପରିଣୀତିଙ୍କ ବଲିଉଡ଼ ଇଣ୍ତଷ୍ଟ୍ରିର ବନ୍ଧୁମାନେ ସାମିଲ ହେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking