39.1 C
Bhubaneswar
Tuesday, April 23, 2024
Homeଓଡିଶାମଦ୍ୟପାନ କରି ଶିକ୍ଷକଙ୍କ ଅମାନବୀୟ କାଣ୍ଡ,ସ୍କୁଲରେ ତାଲା ପକାଇଲେ ଅଭିଭାବକ

ମଦ୍ୟପାନ କରି ଶିକ୍ଷକଙ୍କ ଅମାନବୀୟ କାଣ୍ଡ,ସ୍କୁଲରେ ତାଲା ପକାଇଲେ ଅଭିଭାବକ

ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ବ୍ରାହ୍ମଣୀ କସ୍ତୁରବା ଗାନ୍ଧି କନ୍ୟାଶ୍ରମରେ ଛାତ୍ରୀ, ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲର ଶିକ୍ଷକ ପ୍ରତାପ ନନ୍ଦ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯାହା ଦ୍ଵାରା ଅଭିଭାବକ ମାନେ ସ୍କୁଲରେ ତାଲା ପକାଇ ଦେଇଛନ୍ତି।ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ଶିକ୍ଷକ ପ୍ରତାପ ନନ୍ଦ ମଦ୍ୟପାନ କରି ସ୍କୁଲ କୁ ଆସି ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶେଷରେ ଆଜି ସକାଳୁ ଅଭିଭାବକ ମାନେ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ସ୍କୁଲରେ ତଳାପକଛନ୍ତି। ଛାତ୍ରୀ ମାନଙ୍କୁ ଯଦି ଜଣେ ଶିକ୍ଷକ ଏଭଳି ଅମାନବୀୟ କାଣ୍ଡ ଘଟାଉଥିବା ବେଳେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି ହେଲେ ଏଭଳି କାଣ୍ଡ ଯଦି ଜଣେ ଶିକ୍ଷକ ଘଟାଉଛି ତାହା ନେଇ ଅଭିଭାବକ ମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଏହି ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଯିବା ସହ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି ଅଭିଭାବକ ।ଏନେଇ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ରେ ମୋ ପାଖରେ ଖବର ଆସିଛି ।ଏ ନେଇ ବିଇଓ ନାରାୟଣ ଭୋଇ ଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ କହିଛି । ରିପୋର୍ଟ ଆସିବା ପରେ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking