28.1 C
Bhubaneswar
Saturday, April 27, 2024
Homeଅପରାଧସଂଘବଦ୍ଧ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା

ସଂଘବଦ୍ଧ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା

ଭୁବନେଶ୍ୱର: ସଂଘବଦ୍ଧ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଛି | ମୋ ଜୀବନ ପ୍ରତି ବିପଦ ଆଶଙ୍କା ଅଛି ବୋଲି ଶିଖ୍ ଯୁବକ ପରବିନ୍ଦର ପାଲ ସିଂହ କହିଛନ୍ତି | ସେ କହିଛନ୍ତି ଯେ ପୋଲିସ ଏମିତି ଦଫା ଲଗାଇଲା ଯେ, ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା । ପୋଲିସ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନାହିଁ ବୋଲି ଶିଖ୍ ଯୁବକ ପରବିନ୍ଦର ପାଲ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ଗତ ୨ଦିନ ତଳେ କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାଟମେଣ୍ଟ ନିକଟରେ ପରବିନ୍ଦରଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ କରାଯାଇଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଗତକାଲି ରାତିରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଏସ୍‌ଡିଜେମ୍ କୋର୍ଟ ଜାମିନ ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ୨୯୪, ୩୪୧, ୩୨୩ ଓ ୩୩୬ , ୩୩୯, ୩୭୯, ୫୦୬, ୩୪ ଦଫା ଲାଗିଛି ।
ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାଟମେଣ୍ଟ ନିକଟରେ ପରବିନ୍ଦର ପାଲ ସିଂହଙ୍କୁ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking