25.1 C
Bhubaneswar
Thursday, April 30, 2026
Homeଖେଳପାରାଲିମ୍ପିକ୍ ୨୦୨୪; କ୍ୱାର୍ଟର୍‌ରେ ହାରିଲେ ଭାବିନା-ସୋନଲ୍‌

ପାରାଲିମ୍ପିକ୍ ୨୦୨୪; କ୍ୱାର୍ଟର୍‌ରେ ହାରିଲେ ଭାବିନା-ସୋନଲ୍‌

ପ୍ୟାରିସ୍‌: ପ୍ୟାରିସ୍ ପାରାଲିମ୍ପିକ୍‌ର ଦ୍ୱିତୀୟ ଦିନ ଭାରତ ପାଇଁ ମିଶ୍ରିତ ଫଳାଫଳଯୁକ୍ତ ରହିଛି। ଏକ ପକ୍ଷରେ ଭାରତୀୟ ଆଥ୍‌ଲେଟ୍‌ମାନେ ଚାରିଟି ପଦକ ଜିତିଥିବା ବେଳେ ଅନ୍ୟପକ୍ଷରେ ଭାରତୀୟ ପାରା ଟେବଲ୍ ଟେନିସ୍ ଖେଳଳି ଭାବିନା୍ ପଟେଲ୍ ଓ ସୋନଲ୍‌ବେନ୍ ପଟେଲ୍‌ଙ୍କୁ ଜୋରଦାର ଧକ୍କା ଲାଗିଛି। ଶୁକ୍ରବାର ମହିଳା ଡବଲ୍ସ ଡବ୍ଲ୍ୟୁଡି ୧୦ ବର୍ଗର କ୍ୱାର୍ଟର୍ ଫାଇନାଲ୍‌ରେ ଭାରତୀୟ ଜୋଡ଼ି କୋରିଆର ୟଙ୍ଗ୍ ଏ ଜଙ୍ଗ୍ ଓ ସନ୍ଧ୍ୟା ମୁନ୍‌ଙ୍କଠାରୁୂ ୧-୩ରେ ହାରି ଯାଇଛନ୍ତି। ଅଷ୍ଟମ ସିଡ୍ ଭାରତୀୟ ଯୋଡ଼ି ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍‌ରେ ୫-୧୧, ୬-୧୧, ୧୧-୯, ୬-୧୧ରେ ପରାଜିତ ହୋଇଛି। ୨୦୨୧ ଟୋକିଓ ପାରାଲିମ୍ପିକ୍ ରୌପ୍ୟ ପଦକ ବିଜେତା ଭାବିନା ଣ୍ଟକ୍ତସ ସୋନଲ୍‌ବେନ୍ ଏବେ ନିଜ ନିଜର ସିଙ୍ଗଲ୍ସ ଇଭେଣ୍ଟ୍‌ରେ ଭାଗନେବେ। ଭାବିନା ୨୦୨୧ ଟୋକିଓ ପାରାଲିମ୍ପିକ୍‌ରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଟେବଲ୍ ଟେନିସ୍ ଖେଳାଳି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking