29.1 C
Bhubaneswar
Sunday, May 19, 2024
Homeବଲିଉଡରିଲିଜ ହେଲା 'କାଗଜ ୨' ର ଟ୍ରେଲର..

ରିଲିଜ ହେଲା ‘କାଗଜ ୨’ ର ଟ୍ରେଲର..

ନୂଆଦିଲ୍ଲୀ: ଦିବଗଂତ ଅଭିନେତା ସତୀଶ କୌଶିକଙ୍କ ଅଭିନୀତ ଶେଷ ଫିଲ୍ମ ‘କାଗଜ ୨’ ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ଦିବଗଂତ ସତୀଶ କୌଶିକ, ସ୍ମୃତି କାଲରା ଓ ନୀନା ଗୁପ୍ତାଙ୍କୁ ଦେଖିବାକୁ ମିଳିବ । ମାର୍ଚ୍ଚ ୧ରେ ଏହି ଫିଲ୍ମ ରିଲିଜ ହେବ । ବିକି ପ୍ରକାଶ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ଟ୍ରେଲର ସେୟାର କରି ଜଣେ ପ୍ରଶଂସକ କମେଟ୍ ଦେଇଛନ୍ତି, ‘‘ଫିଲ୍ମଟି ସିନେମା ହଲରେ ସୁପରହିଟ୍ ହେଉ ବୋଲି ଆଶା କରୁଛି।’’ଏଥିସହ ଅଭିନେତା ଅନୀଲ କପୁର ଏହି ଫିଲ୍ମର ଟ୍ରେଲର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ, ମୋର ପ୍ରିୟ ବନ୍ଧୁଙ୍କ ଏହା ଶେଷ ଫିଲ୍ମ। ଶେଷଥର ପାଇଁ ତାଙ୍କୁ ଅଭିନୟ କରୁଥିବା ଦେଖି ଖୁସି ଅନୁଭବ କରୁଛି । ସୂଚନାଯୋଗ୍ୟ, ଅଭିନେତା ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ଗତ ବର୍ଷ ମାର୍ଚ୍ଚ ମାସରେ ହାର୍ଟ ଆର୍ଟକରେ ଦେହାନ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking