ନୂଆଦିଲ୍ଲୀ: ପଞ୍ଜାବରେ ମୋଟ୍ ୧୧୭ ବିଧାନସଭା ସିଟ୍ରୁ ଚଳିତଥର ନୂତନ ଦଳ ଭାବେ ଆପ୍ ବହୁମତ ପାଇ ସରକାର ଗଢ଼ିବା ଲକ୍ଷ୍ୟ କରାଯାଉଛି । ଦିନ ୧୧.୨୦ ସୁଦ୍ଧା ଆପ୍କୁ ୮୯ ସିଟ୍ରେ ଆଗୁଆ ଥିବା ବେଳେ କଂଗ୍ରେସକୁ ୧୫, ଅକାଳି ଦଳକୁ ୯, ବିଜେପି ୩ ଏବଂ ଅନ୍ୟାନ୍ୟ ଦଳଙ୍କୁ ଗୋଟିଏ ସିଟ୍ ମିଳିଛି । ତେବେ ପଞ୍ଜାବରେ ସରକାର ଗଢ଼ିବା ପାଇଁ ୫୯ ସିଟ୍ ପ୍ରଜୁଯ୍ୟ ହୋଇଥିବା ବେଳେ ଆପ୍ ଲକ୍ଷ୍ୟଠାରୁ ଊର୍ଦ୍ଧ୍ୱ ସିଟ୍ରେ ବିଜୟୀ ହେଉଥିବା ଦେଖାଯାଉଛି ।