ପୁରୀ : ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବିଜେଡିର ଶକ୍ତି ପ୍ରଦର୍ଶନ। ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ରୋଡ଼ ସୋ। ଚଳିତ ମାସ ୨୫ରେ ପୁରୀ ଲୋକସଭା ଆସନ ସହ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ମତଦାନ ହେବ। ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପୁରୀ ବଡ଼ ଦାଣ୍ଡରେ ରୋଡ ସୋ ଆରମ୍ଭ କରିଥିଲେ। ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏହି ରୋଡ ସୋ ରେ ଉପସ୍ଥିତ ଥିଲେ। ଭିକେ ପାଣ୍ଡିଆନ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।
ପରେ ଦର୍ଶନ ସାରି ମର୍ଚିକୋଟ ଛକ ଠାରୁ ରୋଡ଼ ସୋ ଆରମ୍ଭ କରିଥିଲେ। ବ୍ଯାରିକେଡ ମଝିରେ ବିଭିନ୍ନ ସ୍ଥାନରେ ପୁରୀର ପାରମ୍ପାରିକ କଳା ସଂସ୍କୃତି ପ୍ରଦର୍ଶିତ ହେଉଥିଲା। ଆଜି ସକାଳ ଠାରୁ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ବଡଦାଣ୍ଡ। ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁ ଙ୍କୁ ଦର୍ଶନ କରି ମର୍ଚିକୋଟ ଛକ ଠାରୁ ରୋଡ଼ ସୋ ଆରମ୍ଭ କରିଥିଲେ। ଠିକ ସେହିପରି ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ। ପରେ ଦର୍ଶନ ସାରି ମର୍ଚିକୋଟ ଛକ ଠାରୁ ରୋଡ଼ ସୋ ଆରମ୍ଭ କରିଥିଲେ। ସକଳେ ଯେଉଁ ବଡଦାଣ୍ଡ ବିଜେପି ପତକା ରେ ଅଚ୍ଛାଦିତ ଥିଲା ତାହା ସନ୍ଧ୍ୟା ସୁଧ ବଦଳି ବିଜେଡି ର ଶଙ୍ଖ ପତକା ରେ ପରିଣତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଏବେ ସହରରେ ଚର୍ଚାରେ ବିଷୟ ପାଲଟିଛି।
ମର୍ଚିକୋଟ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ହଜାର ହଜାର ଦଳୀୟ କର୍ମୀ, ସ୍ଥାନୀୟ ବାସିନ୍ଦା, ସମସ୍ତ ବର୍ଗର ଲୋକ ଉପସ୍ଥିତ ରହି ଚାହିଁ ରହିଥିଲେ ପାଣ୍ଡିଆନ ଙ୍କ ଟିକେ ଝଲକ ପାଇବା ପାଇଁ। ସବୁଜ ଓ ଶଙ୍ଖ ମୟ ହୋଇଥିଲା ବଡଦାଣ୍ଡ ର ଉଭୟ ପାର୍ଶ୍ଵ। ବଡ଼ ଦାଣ୍ଡ ର ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକଙ୍କ ଏହି ଭିଡ ଭିତରେ ଦେଖିବାକୁ ମିଳିଥିଲା ଶହ ଶହ ମହିଳା ମାନେ କିଭଳି ନିଜ ଘର କାମ ଛାଡି ଯୋଡି ହୋଇଥିଲେ ଏହି ରୋଡ଼ ଶୋରେ। ତେବେ ଏହା ଏକ ପ୍ରକାର ପରିଲକ୍ଷିତ କରୁଛି ଲୋକଙ୍କ ବିଜେଡି ଉପରେ କେତେ ଆଶା ଓ ବିଶ୍ୱାସ ରହିଛି। ପୁରୀ ରେ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି ଓ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ ଙ୍କୁ ବିପୁଳ ଭୋଟ ରେ ଜୟଯୁକ୍ତ କରିବା ପାଇଁ ପୁରୀ ବାସୀ ଙ୍କୁ ଅନୁରୋଧ କରିଥିଲେ ଭିକେ ପାଣ୍ଡିଆନ। ତଥା ଓଡିଶାବାସୀ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ରେ ମୁଖ୍ୟମନ୍ତ୍ରୀ ଭାବେ ନିଶ୍ଚିତ ଶପଥ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ।