28.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡିର ବିଜୟ ନେଇ ଏହି ଆକଳନ କଲେ ପାଣ୍ଡିଆନ

ବିଜେଡିର ବିଜୟ ନେଇ ଏହି ଆକଳନ କଲେ ପାଣ୍ଡିଆନ

ଭୁବନେଶ୍ୱର:ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ୩ ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ୍‌ କରିବ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆକଳନ କରିଛନ୍ତି। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନ୍‌ଭେନଶନରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି ଯେ, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣିଥରେ ସରକାରକୁ ଆସୁଛନ୍ତି। ବିଜେଡି ୩ ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକ ସଭାରେ ମଧ୍ୟ ଗତଥରଠାରୁ ଦଳ ଭଲ ପ୍ରଦର୍ଶନ କରିବ। ସେଥିପାଇଁ ଲୋକଙ୍କଠାରୁ ବିଧାନସଭା ଏବଂ ଲୋକ ସଭା ପାଇଁ ଦୁଇଟି ଆଶୀର୍ବାଦ ଦରକାର। ୧୪୭ ବିଧାନସଭା ଓ ୨୧ ଲୋକ ସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପାଣ୍ଡିଆନ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଶ୍ରମିକମାନେ ନେଇଥାଆନ୍ତି। ସବୁ ବିକାଶ କାମ ପଛରେ ଶ୍ରମିକଙ୍କ ହାତ ରହିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରି ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ଟଙ୍କା ମଜୁରି ବୃଦ୍ଧି କରି ରେକର୍ଡ କରିଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ବହୁ ବିକାଶମୂଳକ କାର୍ୟ୍ୟ ହାତକୁ ନିଆଯାଇଛି। ରାଜ୍ୟରେ ଏବେ ୧୦ ହଜାରରୁ ଅଧିକ ମନ୍ଦିରର ରୂପାନ୍ତରଣ କାର୍ୟ୍ୟ ଜାରି ରହିଛି। ପ୍ରତି ପଞ୍ଚାୟତରେ ଥିବା ସ୍କୁଲର ରୂପାନ୍ତରଣ କରାଯାଇଛି। ସ୍କୁଲରୁ ବ୍ଲାକବୋର୍ଡ ହଟାଇ ପିଲାଙ୍କୁ ସ୍ମାର୍ଟବୋର୍ଡ ଦିଆଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳକୁ ମହାନଦୀ ଉପରେ ମାତ୍ର ଗୋଟିଏ ପୋଲ ଥିଲା। ଏବେ ୬ରୁ ୭ଟି ପୋଲ ନିର୍ମାଣ ହେଲାଣି। କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ ଭଳି ସ୍ଥାନରେ ମେଡିକାଲ କଲେଜ ସ୍ଥାପନ ହେଲାଣି। କଟକର ରୂପରେଖ ବଦଳିଯାଇଛି। କଟକକୁ ଦେଖିଲେ ସ୍ବପ୍ନଭଳି ଲାଗୁଛି। ତେବେ ଏ ସବୁ ଶ୍ରମିକମାନଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking