25.8 C
Bhubaneswar
Saturday, July 27, 2024
Homeଓଡିଶାଏଥର ମୋ ପାଇଁ ଜନତା ନିର୍ବାଚନ ଲଢ଼ୁଛନ୍ତି : ଅପରାଜିତା

ଏଥର ମୋ ପାଇଁ ଜନତା ନିର୍ବାଚନ ଲଢ଼ୁଛନ୍ତି : ଅପରାଜିତା

ଭୁବନେଶ୍ୱର: ଆଗାମୀ ଲୋକ ସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ଲଗାଥର ଦ୍ୱିତୀୟଥର ବିଜୟ ହାସଲ ପାଇଁ ସମସ୍ତ ଚେଷ୍ଟା ଚଳାଇଛନ୍ତି ଅପରାଜିତା। ସେପଟେ ପୁଅକୁ ଜିତାଇବା ପାଇଁ ଲାଗିପଡିଛନ୍ତି ସୁର।

ଭୁବନେଶ୍ୱରସ୍ଥିତ ଆନନ୍ଦ ବନରେ ନିର୍ବାଚନୀ ପ୍ରଚାର ସମୟରେ ଅପରାଜିତା କହିଛନ୍ତି, ଏଥର ମୋ ପାଇଁ ଜନତା ନିର୍ବାଚନ ଲଢ଼ୁଛନ୍ତି। ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି। ଆଶା କରୁଛି ଜନତା ମୋତେ ଏଥର ସେମିତି ଭଲପାଇବା ଦେବେ।

ସୂଚନାଯୋଗ୍ୟ, ଆଜିକାଲି ଅପରାଜିତା ପାର୍କ ବୁଲିବା ସହ ସାଧାରଣ ଲୋକଙ୍କ ସଙ୍ଗେ କଥା ହୋଇ ଅଞ୍ଚଳର ସମସ୍ୟା ନେଇ ମଧ୍ୟ ଆଲୋଚନା କରୁଛନ୍ତି । ଏମିତିକି ସାଧାରଣ ଜନତାଙ୍କ ସହ ମିଶି ନାଚିଥିବା ଦେଖିବାକୁ ମିଳିଛି। ଜଣେ ଏମ୍‌ପି ଭାବରେ ବିଗତ ୫ ବର୍ଷରେ କଣ ସବୁ ଉନ୍ନତି ବା ବିକାଶ ମୂଳକ କାର୍ୟ୍ୟ କରିଛି ତାର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ବଣ୍ଟା ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking