28.1 C
Bhubaneswar
Thursday, May 2, 2024
Homeଓଡିଶାପାକ୍ ଡ୍ରୋନ୍ ଧ୍ୱଂସ,୧୫ କିଲୋ ଡ୍ରଗ୍‌ସ ଜବତ

ପାକ୍ ଡ୍ରୋନ୍ ଧ୍ୱଂସ,୧୫ କିଲୋ ଡ୍ରଗ୍‌ସ ଜବତ

ଜଳନ୍ଧର: ବିଏସଏଫ୍ ଯବାନମାନେ ମଙ୍ଗଳବାର ରାତିରେ ପଞ୍ଜାବର ଅମୃତସର ନିକଟସ୍ଥ ପାକିସ୍ତାନ ସଂଲଗ୍ନ ସୀମାରେ ଗୋଟିଏ ଡ୍ରୋନ୍‌କୁ ଗୁଳିକରି ଖସାଇଥିବାବେଳେ ଅନ୍ୟ ଏକ ଡ୍ରୋନ୍‌ର ଗତିପଥ ଅବରୋଧ କରିଛନ୍ତି । ଉଭୟ ଡ୍ରୋନ୍‌ରୁ ମୋଟ ୧୫ କିଲୋ ଓଜନର ଡ୍ରଗ୍‌ସ ଜବତ କରାଯାଇଛି । ପ୍ରଥମେ ଗୋଟିଏ ଡ୍ରୋନ୍ ଭାରତୀୟ ସୀମାରେ କିଛି ପ୍ୟାକେଟ୍ ଖସାଇ ଫେରିଯାଇଥିଲା । ଉକ୍ତ ପ୍ୟାକେଟ ସଂଗ୍ରହ କରିବାକୁ ୫ ଜଣ ଲୋକ ସେଠାରେ ପହଞ୍ଚିଥିଲେ ।

ତେବେ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ସେମାନେ ପ୍ୟାକେଟ୍ ଛାଡି ଚମ୍ପଟ ମାରିଥିଲେ । ଦ୍ୱିତୀୟ ଘଟଣାରେ ଆଉ ଏକ ଡ୍ରୋନ୍ ଭାରତର ଆକାଶସୀମା ଉଲ୍ଲଂଘନ କରିବାମାତ୍ରେ ଯବାନମାନେ ଗୁଳିକରି ଏହାକୁ ଖସାଇଦେଇଥିଲେ । ସେଥିରୁ ମଧ୍ୟ ୫ ପ୍ୟାକେଟ ଡ୍ରଗ୍‌ସ ଜବତ କରାଯାଇଛି । ପାକିସ୍ତାନ ସହ ପଞ୍ଜାବର ୫୦୦ କିମି ଦୈର୍ଘ୍ୟବିଶିଷ୍ଟ ଆନ୍ତର୍ଜାତିକ ସୀମା ରହିଥିବାବେଳେ ଅପରପାଶ୍ୱର୍ରୁ ଡ୍ରୋନ ସାହାଯ୍ୟରେ ଡ୍ରଗ୍‌ସ ଓ ଅସ୍ତ୍ରଶସ୍ତ୍ର ଚାଲାଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking