29.4 C
Bhubaneswar
Saturday, May 4, 2024
Homeଓଡିଶାପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

କୋରାପୁଟ : ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛିଦିନ ତଳେ ଅସୁସ୍ଥତା ଅନୁଭବ କରିଥିବା ବେଳେ ଘରେ ଶଯ୍ୟାଶାୟୀ ଥିଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଗତକାଲି ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ । ସ୍ୱତନ୍ତ୍ର କ୍ୟାବିନରେ ଚିକତ୍ସା ଚାଲିଥିବା ବେଳେ କିଡନି ଜନିତ ସମସ୍ୟା ରହିଥିବା ଜଣାପଡିଥିଲା । ତେଣୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏଥିସହିତ କମଳା ପୂଜାରୀଙ୍କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରିଥିଲେ। ଜୟପୁର ପାତ୍ରପୁଟ ଗାଁରେ ପୁଅଙ୍କ ସହ ରହୁଛନ୍ତି କମଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking