28.1 C
Bhubaneswar
Friday, November 22, 2024
Homeକରୋନାସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ କରୋନା ରୋଗୀଙ୍କ ମୃତ୍ୟୁ

ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଅକ୍ସିଜେନର ଭାରିମାତ୍ରାରେ ଅଭାବ ରହିଛି । ସେହି ହସ୍ପିଟାଲରେ ମାତ୍ର ଦୁଇ ଘଣ୍ଟା ପାଇଁ ଅକ୍ସିଜେନ ରହିଛି । ବର୍ତମାନ ସେଠାରେ ଭର୍ତ୍ତି ହୋଇଥିବା ୬୦ କରୋନା ରୋଗୀଙ୍କ ଜୀବନ ସଂକଟାପନ୍ନ ରହିଛି ।
ସାର ଗଙ୍ଗାରାମ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି, ହସ୍ପିଟାଲରେ ଅକ୍ସିଜେନ ଷ୍ଟକ ଆଗାମୀ ୨ ଘଣ୍ଟା ଯାଏଁ ଚାଲିବ । ଭେଣ୍ଟିଲେଟର ଓ ବିଆଇପିଏପି ମେସିନ ବି ଭଲ ଭାବରେ କାମ କରୁନାହିଁ । ୬୦ କରୋନା ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ରହିଛି ।
ହସ୍ପିଟାଲରେ ଏବେ ୫୧୨ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ ରୋଗୀଙ୍କୁ ହାଇ ଫ୍ଲୋ ଅକ୍ସିଜେନ ସପୋର୍ଟରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking