20.1 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨ସିବିଏସ୍‌ଇ ପରୀକ୍ଷା ଦେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ: ସଂକ୍ରମିତ ଛାତ୍ରଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା

ସିବିଏସ୍‌ଇ ପରୀକ୍ଷା ଦେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ: ସଂକ୍ରମିତ ଛାତ୍ରଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆଜି ଠାରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକ ବିଶୋଧନ କରାଯାଇଥିବା ବେଳେ ଯେଉଁ ଛାତ୍ରମାନେ ପଜିଟିଭ୍ ଚିହ୍ନିତ ହୋଇଛନ୍ତି, ସେମାନଙ୍କୁ ଅନ୍ୟ ଏକ କୋଠରୀରେ ବସିବା ପାଇଁ ଅନୁମତି ଦିଆଯାଇଛି । ସିବିଏସ୍‌ଇ ବୋର୍ଡର ନିଷ୍ପତ୍ତି କ୍ରମେ ଏଭଳି କରାଯାଇଥିବା ଜଣାପଡ଼ିଛି । ଏଥିପାଇଁ ସିବିଏସ୍ଇ ଇନଫ୍ରାଡ୍ ଥର୍ମୋମିଟର କ୍ରୟ ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ୫୦୦୦ ଟଙ୍କା ପ୍ରଦାନ କରିଛି ଏବଂ ପ୍ରତିଦିନ ବିଦ୍ୟାଳୟର ସଫାସୁତୁରା ରଖିବା ସହ ମାସ୍କ, ସାନିଟାଇଜର, ସାବୁନ୍ ଇତ୍ୟାଦିର ବ୍ୟବସ୍ଥା ପାଇଁ କ୍ୟାଣ୍ଡିଡେଟ୍ ପିଛା ୫ ଟଙ୍କା ପ୍ରଦାନ କରିଛି । ପରୀକ୍ଷା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଜରୁରୀ ବୋଲି ସିବିଏସ୍ଇ କହିଛି ।
ଟର୍ମ ୨ ପରୀକ୍ଷା ୨୦୨୨ ପାଇଁ ମୋଡାଲିଟି ଉପରେ ଏକ ଲାଇଭ୍ ୱେବିନିନାର୍‌ରେ, ସିବିଏସ୍ଇ କହିଛି ଯେ ଯେଉଁମାନେ ଟର୍ମ ୧ କିମ୍ବା ଟର୍ମ ୨ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏରେ ପ୍ରଦର୍ଶନ ଉପରେ ଆଧାର କରି ଏକ ଗ୍ରେଡ୍ ପାଇବେ । ଯଦି ଛାତ୍ର ସିବିଏସ୍ଇ ଦ୍ୱାରା ପରିଚାଳିତ ଉଭୟ ଟର୍ମ -୧ ଏବଂ ଟର୍ମ-୨ ପରୀକ୍ଷା ପାଇଁ ହାଜର ହେବାକୁ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ କମ୍ପାଣ୍ଡମେଣ୍ଟ ପରିବର୍ତ୍ତେ ଆସନ୍ତା ବର୍ଷ ପରୀକ୍ଷା ପାଇଁ ବସିବାକୁ ସୁଯୋଗ ଦିଆଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ଜ୍ଝ ଗତ ବର୍ଷ, ସିବିଏସଇ ପ୍ରାର୍ଥୀଙ୍କୁ ତିନି କିମ୍ବା ଅଧିକ ବିଷୟଗୁଡ଼ିକରେ ସର୍ବନିମ୍ନ ପାସ୍ ମାର୍କ ଦେଖାଇବାରେ ବିଫଳ ହେବା କିମ୍ବା ‘ଅତ୍ୟାବଶ୍ୟକ ପୁନରାବୃତ୍ତି’ ବର୍ଗରେ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ବସିବାକୁ ଅନୁମତି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking