30.6 C
Bhubaneswar
Sunday, May 18, 2025
Homeଦେଶ ବିଦେଶସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି:...

ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି: ବିପାଶା ବସୁ

ନୂଆଦିଲ୍ଲୀ: ୪୩ବର୍ଷ ବୟସରେ ଗତବର୍ଷ ମା’ ହୋଇଥିଲେ ବିପାଶା ବସୁ । ସେ ସଂପ୍ରତି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିପାଶା ଓ କରଣ ସିଂହ ଗ୍ରୋଭର ଝିଅର ନାମ ରଖିଥିଲେ ଦେବୀ ବସୁ ସିଂହ ଗ୍ରୋଭର। ଏହି ଦମ୍ପତି ଏକ ପୋ‌ଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ କନ୍ୟାର ବାପା ଓ ମା’ ହୋଇଥିବାର ଖୁସି ଖବର ଦେଇଥିଲେ।ହେଲେ ଆପଣ ଏକ ଖବର ଶୁଣିଲେ ଦୁଃଖି ହେବେ ଯେ ବିପାଶାଙ୍କ ଝିଅ ଦେବୀର ହୃତପିଣ୍ଡରେ ଦୁଇଟି ଛିଦ୍ର ରହିଥିଲା। ଅବଶ୍ୟ ଏବେ ଅସ୍ତ୍ରୋପଚାର କରିବା ପରେ ଦେବୀ ପୂରା ଠିକ୍‌ ହୋଇ ଯାଇଛନ୍ତି, ହେଲେ ଯେତେବେଳେ ବିପାଶା ଓ କରଣ ଏବିଷୟରେ ଜାଣିଥିଲେ ତ ସେମାନଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା।

କରଣ ନିକଟରେ ନିଜ ଝିଅ ସଂପର୍କରେ ଗଣମାଧମରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ‘ଆରମ୍ଭରୁ ମୋର କାମକୁ ଯିବାକୁ ଆଦୌ ଇଚ୍ଛା ହେଉନଥିଲା। କାରଣ ମୋ ଝିଅର ଅବସ୍ଥା ସେତେବେଳେ ଖୁବ୍‌ ଖରାପ ଥିଲା। ହେଲେ ବିପାଶାଙ୍କ ପାଇଁ ମୋତେ ଏସବୁକୁ ସହିବାର ସାହସ ମିଳିଲା।ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବୀକୁ ୩ମାସ ହୋଇଥିବା ବେଳେ ତାର ସର୍ଜରୀ କରାଯାଇଥିଲା। ଥରେ ବିପାଶା ଏକ ସାକ୍ଷାତ୍‌କାରରେ କହିଥିଲେ, ‘‘ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି। ମୁଁ କେବେ ବି ଚାହିଁବି ନାହିଁ କି କୌଣସି ମା’ଙ୍କ ସହିତ ଏମିତି ଘଟଣା ଘଟୁ। ଝିଅ ଜନ୍ମର ତିନିଦିନ ପରେ ଜଣାପଡ଼ିଲା କି ତାର ହୃତପିଣ୍ଡରେ ଦୁଇଟି ଛିଦ୍ର ରହିଛି। ମୁଁ ଭାବିଥିଲି କି କେବେ କାହା ସହିତ ଏ କଥା ମୁଁ ସେୟାର କରିବି ନାହିଁ। କିନ୍ତୁ ମୁଁ ଏକଥା ସେୟାର କଲି। ସେ ସମୟରେ ଅନେକ ମା’ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଏବେ ସେମାନଙ୍କୁ ଖୋଜି ପାଇବା କଷ୍ଟକର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking