27.4 C
Bhubaneswar
Tuesday, May 20, 2025
Homeଦେଶ ବିଦେଶ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି। ଏହି ବର୍ଗରେ ‌ଅନ୍ୟାନ୍ୟ ନୋମିନି ଥିଲେ, ‘ଟେଲ୍‌ ଇଟ୍‌ ଲାଇକ୍‌ ଏ ଉମାନ୍‌’ର ‘ଆପ୍ଲାଉଜ୍‌’, ‘ଟପ୍‌ ଗନ୍: ମାଭେରିକ୍‌’ର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’, ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ର ‘ଲିଫ୍ଟ୍‌ ମି ଅପ୍‌’ ଓ ‘ଏଭ୍ରିଥିଙ୍ଗ୍‌ ଏଭ୍ରିହ୍ବେର୍‌ ଅଲ୍‌ ଆଟ୍‌ ୱାନ୍‌ସ୍‌’ର ‘ଦିସ୍‌ ଇଜ୍‌ ଏ ଲାଇଫ୍‌’।

ମାତ୍ର ‘ନାଟୁ ନାଟୁ’ ଗୀତ ପ୍ରତିନ୍ଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ପୁରସ୍କାର ହାସଲ କରିଛି। ପୁରସ୍କ‌ାର ଘେଷଣା ପୂର୍ବରୁ ରାହୁଳ ସିପ୍ଲିଗୁଞ୍ଜ୍‌ ଏବଂ କାଳ ଭୈରବ ମଧ୍ୟ ଏହି ଗୀତକୁ କିଛି ସମୟ ପୂର୍ବରୁ ‘ଓସ୍କାର୍‌’ ମଞ୍ଚରେ ପ୍ରଦର୍ଶନ କରିଥିଲେ। କିନ୍ତୁ, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌ଟିଆର୍‌ ମଞ୍ଚ ପ୍ରଦର୍ଶନରେ ଭାଗ ନେଇ ନ ଥିଲେ। ଏହି ପ୍ରଦର୍ଶନକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଉଦ୍‌ଘୋଷଣା କରିଥିଲେ। ନିର୍ଦେଶକ ଏସ୍‌. ଏସ୍‌. ରାଜମୌଲିଙ୍କୁ ଶ୍ରେୟ ଦେଇ ସେ କହିଛନ୍ତି, ‘‘ମୁଁ ୧୦୦୦ରୁ ଅଧିକ ଗୀତ କରିଛି କିନ୍ତୁ, ସେ ସବୁ ‘ଓସ୍କାର୍‌’କୁ ଯାଇ ନ ଥିଲା। କିନ୍ତୁ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ର କାରଣରୁ ଏହି ଗୀତ ‘ଓସ୍କାର୍‌’କୁ ଯାଇପାରିଲା। ତା’ ନ ହୋଇ ଥିଲେ ସେଠାକୁ ଯିବା ଥିଲା କଳ୍ପନାତୀତ।’’ ଏହି ଅବସରରେ ‘ଆର୍‌ଆର୍‌ଆର୍‌’ ଟିମ୍ ପକ୍ଷରୁ ଟୁଇଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking