36.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର କର୍ମଚାରୀଙ୍କ ଛୁଟି ଆବେଦନ ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ

ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର କର୍ମଚାରୀଙ୍କ ଛୁଟି ଆବେଦନ ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ

ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଲେ ବିଭାଗୀୟ ସଚିବ
ଭୁବନେଶ୍ୱର: ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଭେଟେରିନାରୀ ଅଧିକାରୀମାନେ ଗତ୧ରୁ ସରକାରୀ କାର୍ଯ୍ୟରେ ଡିଜିଟାଲ ବୟକଟ୍ କରୁଥିବା ଏବଂ ସମୂହ ଛୁଟି ଓ ସମୂହ ଇସ୍ତଫା ପ୍ରଦାନର ଯୋଜନା କରୁଥିବା ବିଭାଗର ଦୃଷ୍ଟିକୁ ଆସିଛି । ଫଳରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଅବଗତ କରାଇବା ସହିତ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବା ପାଇଁ ଅନୁରୋଧ କରିଛନ୍ତି । ଏଥି ସହିତ ସଚିବ ପରିସ୍ଥିତି ସଂପର୍କରେ ପ୍ରତିଦିନ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସଂପୃକ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅନ୍ୟ ଏକ ପତ୍ରରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ନିର୍ଦ୍ଦେଶାଳୟ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶାଳୟର ବିନା ଅନୁମତିରେ ସଦର ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେମାନଙ୍କ ଅଧିନରେ କାର୍ଯ୍ୟରତ ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର କର୍ମଚାରୀମାନଙ୍କର କୌଣସି ଛୁଟି ଏବଂ ଗଣଛୁଟି ଆବେଦନ ଗ୍ରହଣ ନକରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ।

ଜନସାଧାରଣଙ୍କ ସ୍ୱାର୍ଥ୍ୟରକ୍ଷାର ପ୍ରୟୋଜନୀୟତା ଦୃଷ୍ଟିରୁ କର୍ମଚାରୀଙ୍କୁ ଛୁଟି ପ୍ରଦାନ ନକରିବା କିମ୍ବା ପ୍ରଦାନ କରାଯାଇଥିବା ଛୁଟିକୁ ବାତିଲ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ସର୍ଭିସ୍ କୋଡ୍ ଧାରା ୧୩୧ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି । ପୂର୍ବର୍ ଅନୁମତି ବିନା କେହି ଛୁଟିରେ ଯାଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ପ୍ରାଣୀଚିକିତ୍ସା ସେବା କ୍ୟାଡର ଅଧିକାରୀଙ୍କୁ ଜନସାଧାରଣଙ୍କ ଶାନ୍ତି ଓ ସ୍ୱାର୍ଥ ବ୍ୟାହାତ ହେଉଥିବା କୌଣସି ଆନ୍ଦୋଳନ, ବିକ୍ଷୋଭ, ଶୋଭାଯାତ୍ରାରେ ସାମିଲ ନହେବା ପାଇଁ କଡା ଚେତାବନୀ ଦିଆଯାଇଛି । ଏଥି ସହିତ କୌଣସି ଡିଜିଟାଲ୍ ସରକାରୀ କାର୍ଯ୍ୟରୁ କର୍ମଚାରୀମାନେ ଦୂରେଇ ରହିବା ୫-‘ଟି’ ଉପକ୍ରମର ବିରୁଦ୍ଧାଚରଣ କରୁଥିବାରୁ ଏଥିରୁ ବିରତ ରହିବା ପାଇଁ ନିର୍ଦ୍ଦେଶକ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏ ଦିଗରେ କୌଣସି ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking