29.1 C
Bhubaneswar
Saturday, July 27, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ହିତକାରୀ କମଳା ....

ସ୍ୱାସ୍ଥ୍ୟ ପାଇଁ ହିତକାରୀ କମଳା ….

ଭୁବନେଶ୍ୱର : କମଳାକୁ ପ୍ରାୟ ସମସ୍ତେ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର କରିଥାଏ । କମଳାରେ ଏମିନୋ ଏସିଡ୍‌, ଫାଇବର,କ୍ୟାଲିୟମ୍‌, ଆୟୋଡିନ୍‌,ସୋଡିୟମ୍‌, ମିନେରାଲ୍ସ,ଭିଟାମିନ୍ ଏ , ସି ଓ ବି ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ତତ୍ତ୍ୱ ଭରପୁର ରହିଥାଏ । ଏହା କେବଳ ଇମ୍ୟୁନିଟି ପାୱାର ବଢାଇବାରେ ସାହାଯ୍ୟ କରେ ତା ନୁହେଁ, ବରଂ ଏହା ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କମଳା ଖାଇବା ଦ୍ୱାରା କେଉଁ ସବୁ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ପ୍ରତିଦିନ କମଳା ଖାଇଲେ ଏହା ଚର୍ମ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ। କମଳାରେ ପ୍ରଚୁର ପରିମାଣରେ ଭିଟାମିନ ବି୬ରହିଥାଏ । ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସାହାଯ୍ୟ କରେ । ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। କମଳା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ । ସକାଳ ଜଳଖିଆରେ ଏକ ଗ୍ଲାସ୍‌ କମଳା ଜୁସ୍‌ ପିଇଲେ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।ମଧୁମେହ ରୋଗୀଙ୍କ ପାଇଁ କମଳା ଏକ ଉତ୍ତମ ଖାଦ୍ୟ । କମଳାରେ ଥିବା ଫାଇବର୍‌ ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫ୍ରୁକ୍ଟୋଜ ରକ୍ତରେ ଶର୍କରାର ପରିମାଣ ବଢିବା ପାଇଁ ଦିଏ ନାହିଁ। ହୃତପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ କମଳା । କମଳା ରକ୍ତରେ ଥିବା କୋଲେଷ୍ଟ୍ରୋଲର ପରିମାଣ ହ୍ରାସ କରିଥାଏ ଫଳରେ ହୃଦଘାତର ଆଶଙ୍କା କମିଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking