ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଆଜି ଜାତୀୟ ସଭାରେ ସଭାରେ ଉପ ବାଚସ୍ପତି ଖାରଜ କରି ଦେଇଛନ୍ତି। ଏହାସହ ଆଉ ୩ମାସ ପରେ ନିର୍ବାଚନ କରାଯିବାକୁ ଘୋଷଣା କରାଯାଇଛି । ଘୋଷଣାର କିଛି ସମୟ ପରେ ଏହାକୁ ବିରୋଧ କରି ବିରୋଧୀମାନେ ସୁପ୍ରିମ୍ କୋର୍ଟ ଯିବାକୁ ଚେତାବନୀ ଦେଇଛନ୍ତି ।
ଦେଶକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂତନ ନିର୍ବାଚନ ପାଇଁ ଆହ୍ୱାନ ଦେଇ କହିଛନ୍ତି, “ଲୋକମାନେ ବିଦେଶୀ ନୁହଁନ୍ତି, ସେମାନେ ଯାହା ଚାହୁଁଛନ୍ତି ତାହା ସ୍ଥିର କରିବା ଉଚିତ। ଟଙ୍କା ମାଧ୍ୟମରେ ଲୋକଙ୍କୁ କିଣିବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ସେହି ଟଙ୍କାକୁ କିଛି ଭଲ କାମରେ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ମୁଁ ଦେଶକୁ ଅନୁରୋଧ କରୁଛି। ଦୁର୍ନୀତିଗ୍ରସ୍ତ କିମ୍ବା ବିଦେଶୀ ନୁହେଁ, ଏହି ଜାତିର ଭବିଷ୍ୟତ ଆପଣ ସ୍ଥିର କରିବେ। ”
ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାୱାଲ ଭୁଟ୍ଟୋ ଜରଦାରୀ ଆଜି କହିଛନ୍ତି ଯେ ପାକିସ୍ତାନରେ ବିରୋଧୀ ଦଳ ଜାତୀୟ ସଭାରେ ବସିବେ। ପାକିସ୍ତାନର ଲୋକମାନେ ହିଁ ଦେଶର ଭାଗ୍ୟ ନିର୍ଣ୍ଣୟ କରିବେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ବାତିଲ ହେବା ପରେ ନୂତନ ନିର୍ବାଚନ ଡାକରା ଦିଆଯାଇଛି। ପାକିସ୍ତାନ ନାସନାଲ୍ ଆସେମ୍ବଲୀରେ ଉପ ବାଚସ୍ପତି କାସୀମ ସୌରୀ ଅନାସ୍ଥାକୁ ପ୍ରତ୍ୟାଖ୍ୟାନ କରିବାର କିଛି ମିନିଟ ପରେ ଏକ ଟେଲିଭିଜନ ଜରିଆରେ ଇମ୍ରାନ୍ କହିଛନ୍ତି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର ଧ୍ୱଂସ ହୋଇଛି ଏବଂ ୩ ମାସ ପରେ ଆଉଥରେ ନିର୍ବାଚନ ପାଇଁ ଘୋଷଣା କରାଯାଇଛି ।