28.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

କରୋନା ରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର ଚିଭିରେ କାର୍ଯ୍ୟରତ ରତିକାନ୍ତ ବଳ, ବଲାଙ୍ଗିର ପାଟଣାଗଡ଼ରେ ଦୈନିକ ପ୍ରଗତିବାଦୀରେ କାର୍ଯ୍ୟ କରୁଥିବା କୈଳାସ ଚନ୍ଦ୍ର ସାହୁ ଓ ବ୍ରହ୍ମପୁରରେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟ କରୁଥିବା ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ୪୨ ବର୍ଷିଅ ବିଷ୍ଣୁ ପ୍ରସାଦ ପାତ୍ର ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୭ଟା ୫୦ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି । ବିଷ୍ଣୁଙ୍କୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି । ସେହିଭଳି ଦ୍ୱିତୀୟ ଲହରରେ ସମଗ୍ର ରାଜ୍ୟରୁ ୨୫ ଜଣଙ୍କ ଜୀବନ ନେଲାଣି କିଲର୍ ଭାଇରସ୍ କରୋନା । କରୋନରା ପ୍ରଥମ ପ୍ରବାହରେ ରାଜ୍ୟରେ ୪ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking