29.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ଯୋଦ୍ଧାଙ୍କୁ କରୋନା

କରୋନା ଯୋଦ୍ଧାଙ୍କୁ କରୋନା

ମାଲକାନଗିରି(ଦେବଦତ୍ତ ବେହେରା) : ଜିଲ୍ଲାର ଜଣେ ପୁଲିସ୍ କର୍ମଚାରୀଙ୍କୁ କରୋନା । ମୋଟୁ ସୀମାରେ ନିୟୋଜିତ ଥିଲେ ସଂକ୍ରମିତ କର୍ମଚାରୀ । ମୋଟୁ ଥାନାକୁ ସିଲ୍ କରି କଂଟେନମେଂଟ ଜୋନ୍ ଘୋଷଣା । ସଂଗରୋଧରେ ଗଲେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ  ମୋଟୁ ରେ ଥିବା ସମସ୍ତ ପୋଲିସ୍ ଙ୍କୁ କରାଯାଉ ଅଛି ନମୁନା ସଂଗ୍ରହ। ପ୍ରତି ଦିନ ଏହି ବାଟ ଦେଇ ସହ ସହ ପ୍ରବାସୀ ଶ୍ରମିକ ଏହି ମୋଟୁ ଚେକ୍ ପଏଣ୍ଟ ଦେଇକରି ମାଲକାନଗିରି ଓ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥାନ୍ତି। ସୂଚନା ଯୋଗ୍ୟ ଯେ ଗତ ଏକ ମାସ ଧରି ମାଲକାନଗିରି ମୋଟୁ ସୀମା ଦେଇ ହାଜର ହାଜର ଶ୍ରମିକ ପ୍ରତିଦିନ ଓଡିଶା ସୀମା ଭିତରକୁ ପ୍ରବେଶ କରୁଥିଲେ ବିଶେଷ କରି ଓଡିଶା ପୋଲିସ ଏବ୍ଂ ପ୍ରଶାସନିକ ଅଧିକାରୀ ସ ସମ୍ମାନ ରେ କେମିତି ପ୍ରବାସୀ ଙ୍କୁ ସ୍ଵାଗତ ମଧ୍ୟ କରୁଥିଲେ। ଯେଉଁ ପୋଲିସ ଯବାନ ମାନଙ୍କୁ ମୂତୟନ କରାଯାଇଥିଲା ତାହାରି ମଧ୍ୟରୁ ଜଣେ ଓଏସଇଏଫ ର ଜଣେ ଯବାନ ଙ୍କୁ ଵର୍ତମାନ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବ୍ଂ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରା ମୋଟୁ ଥାନା କୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ ଭାବେ ଘୋଷଣା କରି ଦିଆଯାଇ ଅଛି।

ମୋଟୁ ଥାନା ଆଇଆଇସି ଙ୍କ ସମେତ ଯେଉଁ ସବ୍ ଇନ୍ସପେକ୍ଟର ଓ ତଳିଆ ଅଧିକାରୀ ସମସ୍ତ କର୍ମଚାରୀ ଙ୍କୁ ଵର୍ତମାନ ସାଙ୍ଗ ରୋଧ କେନ୍ଦ୍ର ରେ ପଠେଇ ଦିଆଯାଇଛି। ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଟି ହେଲା ଯେଉଁ ବର୍ଡର ଚେକ୍ ପଏଣ୍ଟ ନିକଟସ୍ତ ଥାନା ରୁ ଅନ୍ୟ କର୍ମଚାରୀ ମାନଙ୍କୁ ମୂତୟନ କରି ଦିଆଯାଇଛି ଯାହାର ସୂଚନା ଦେଇଛନ୍ତି ମାଲକାନଗିରି ଏସପି। ଜଣେ ପଜିଟିଭ ଚିହ୍ନଟ ହୋଇଛି ସତ କିନ୍ତୁ ଅନ୍ୟ ପୋଲିସ ଙ୍କର ମନୋବଳ ଭାଙ୍ଗି ନାହିଁ। ନିକଟସ୍ତ ଏମଭି 79 ଥାନା ର ସମସ୍ତ କର୍ମଚାରୀ ସେଠାରେ ଡ୍ୟୁଟି ଦିଆଯାଇଛି। ପୂର୍ବରୁ ଯେମିତି ପ୍ରବାସୀ ଙ୍କୁ ସ୍ଵାଗତ କରାଯାଉଥିଲା ସେହି ଅନୁରୂପ ଭାବରେ ବର୍ତ୍ତମାନ ସୁଦ୍ଧା ସେହି ପ୍ରବାସୀ ମାନଙ୍କୁ ସ୍ଵାଗତ କରାଯାଇଛି। ସେଠାରେ ସବୁ ପାନୀୟ ଜଳ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ସମସ୍ତ ପ୍ରକାର ସମାଗ୍ରୀ ଯୋଗାଇ ଦିଆଯାଉଛି।ସୂଚନା ଯୋଗ୍ୟ ଯେ ପୂର୍ବରୁ ଯେଉ ସଂଖ୍ୟକ ପୋଲିସ ସେଠାରେ ମୁତୟନ ଥିଲେ ସେହି ସଂଖ୍ୟକ ପୋଲିସ ସେଠି ମୁତୟନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking