31.1 C
Bhubaneswar
Friday, March 29, 2024
Homeଓଡିଶା୧୪,୧୫ରେ ବନ୍ଦ ରହିବ ମାଟ୍ରିକ ମୂଲ୍ୟାୟନ

୧୪,୧୫ରେ ବନ୍ଦ ରହିବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତା ୧୪ ଓ ୧୫ ତାରିଖରେ ବନ୍ଦ ରହିବ ମାଟ୍ରିକ ମୂଲ୍ୟାୟନ । ୧୪ରୁ ଓଡିଶାର ମୁଖ୍ୟ ରଜ ପର୍ବ ଆରମ୍ଭ ହେଉଥିବାରୁ ୧୪ ତାରିଖ ଓ ୧୫ ତାରିଖରେ ମାଟ୍ରିକ ଖାତା ଦେଖା ବନ୍ଦ ରହିବ ବୋଲି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ) ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ପୂର୍ବରୁ ଗତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନ ଘୋଷଣା ଯୋଗୁ ମଧ୍ୟ ଖାତା ଦେଖା ବନ୍ଦ କରାଯାଇଥିଲା ।

ତେବେ ବର୍ତ୍ତମାନ ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁପରେ ବି ପିଲାଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି । କରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ସମସ୍ତ କାମନ କରିବାକୁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଥିଲେ । ଏହାସହ ସେତେବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking