27.2 C
Bhubaneswar
Saturday, May 17, 2025
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ : କ୍ଷତିପୂରଣ ଦାବି ରେ ରାସ୍ତା ରୋକ

ହାତୀ ଆକ୍ରମଣରେ ଜଣେ ମୃତ : କ୍ଷତିପୂରଣ ଦାବି ରେ ରାସ୍ତା ରୋକ

 
ନୂଆପଡ଼ା :  ନୂଆପଡ଼ା ଜିଲ୍ଲା ଖଡିଆଳ ବନ ବିଭାଗ ରେଞ ଅନ୍ତର୍ଗତ ତିଖାଲି ଡ୍ୟାମ ଅଂଚଳ ଦରଙ୍ଗା କେନାଲ ରୋଡରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବୋଡେନ ବ୍ଲକ କେରେକେଲା ଗାଁ ଟାଙ୍ଗିରିପଡା ର ବିଷ୍ଣୁ ଦଳ(୪୦) । ବନ ବିଭାଗ ର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଓ ମୃତଙ୍କ ପରିବାରକୁ କ୍ଷତିପୂରଣ ସହ ଚାକିରୀ ଯୋଗାଇ ଦେବା ଦାବିରେ ଜିଲ୍ଲା ଦଳିତ ମଂଚ ସଭା ଅତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀ ତିଖାଲି ଖଡିଆଳ ଜାତୀୟ ରାଜପଥ ୩୫୩ ଉପରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ । ଉତେଜନାକୁ ଦେଖି ଖଡିଆଳ, କୋମନା, ବୋଡେନ ପୁଲିସ ମୁତୟନ ହୋଇଥିଲେ ।
ସୂଚନା ଅନୁଯାୟୀ, ବିଷ୍ଣୁ ଦଳ ନିଜ ଗାଁ ରୁ ବାଇକ ଯୋଗେ ତିନିଜଣ ସାଙ୍ଗଙ୍କ ସହ ନିଜ ସଢୁ ଘର ଗାଁ ଦରଗାଁ କୁ ଯାଉଥିବା ବେଳେ କେନାଲ ରାସ୍ତାରେ ବାଇକ ସାମନାକୁ ହଠାତ ଏକ ବଣୁଆ ହାତୀ ଆସି ଆତର୍କିୟ ଭାବରେ  ଆକ୍ରମଣ କରିଥିଲା । ଜୀବନ ବିକଳରେ ତିନିଜଣ ପଳେଇ ବାକୁ ଉଦ୍ୟମ କରିଥିବା ବେଳେ ବିଷ୍ଣୁ ଯାଇ ପାରିନଥିଲା । ହାତୀ ବୁଷ୍ଣୁକୁ କଚାଡି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ ଓ ପୁଲିସ ପହଁଚି ମୃତଦେହ ଜବତ କରିଥିଲା ।  କିନ୍ତୁ  ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗ କୁ ଦାୟୀ କରି  ଶବ ରଖି ରାସ୍ତା ରୋକ କରିଛନ୍ତି ।
 
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking