20.1 C
Bhubaneswar
Tuesday, February 27, 2024
Homeଓଡିଶାଗାଡ଼ି ଧକ୍କାରେ ଜଣେ ମୃତ, ୭ ଆହତ

ଗାଡ଼ି ଧକ୍କାରେ ଜଣେ ମୃତ, ୭ ଆହତ

ହାଜିପୁର: ଶନିବାର ଦିନ ବିହାରର ହାଜିପୁର ଅନ୍ତର୍ଗତ ସରାଇ ଥାନା ଅନ୍ତର୍ଗତ ଜଲାଲ୍‌ପୁରରେ ‘ଜେଡି(ୟୁ)’ ନେତାଙ୍କ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟୂନ ଆଉ ୭ଜଣ ଆହତ ହୋଇଥିବା କଥା ‘ଏବିପି’ ରିପୋର୍ଟ କରିଛି।

ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣା ରଜୌଲୀ ଗାଁ’ରେ ଘଟିଛି। ସେଠାରେ ରାସ୍ତାକଡ଼ରେ ଗୋଟାଏ ବାଲିଗାଡ଼ି ଟ୍ରକ୍‌ ହୋଇଥିଲା। ସେତିକି ବେଳେ ଦ୍ରୁତ ଗତିରେ ଆସୁଥିବା ‘ଜେଡିୟୁ’ ନେତାଙ୍କ ‘ମହିନ୍ଦ୍ରା ସ୍କର୍ପିଓ’ କାର୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାକଡ଼ରେ ଠିଆ ହୋଇଥିବା ୭ଜଣ ଲୋକଙ୍କ ଉପରେ ଧକ୍କା ଖାଇଲା। ଗାଡ଼ି ଧକ୍କା ଖାଇ ସୁରେନ୍ଦ୍ର ଚୌଧୁରୀ ନାମରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଲା।

ଏପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ଉକ୍ତ ‘ଜେଡି(ୟୁ)’ ନେତାଜଣକ କାର୍‌ ଡ୍ରାଇଭର୍‌ ସହିତ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking