17.1 C
Bhubaneswar
Saturday, January 11, 2025
Homeଖେଳଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌!; ନଭେମ୍ବର ୧୯ରେ ଫାଇନାଲ୍‌

ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌!; ନଭେମ୍ବର ୧୯ରେ ଫାଇନାଲ୍‌

ନୂଆଦିଲ୍ଲୀ : ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩କୁ ନେଇ ଏକ ବଡ଼ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଇଏସ୍‌ପିଏନ୍‌କ୍ରିକ୍‌ଇମ୍ଫୋର ଏକ ରିପୋର୍ଟ ଅନୁସାରେ ଟୁର୍ଣ୍ଣାମେଣ୍ଟ୍ ଅକ୍ଟୋବର ୫ ତରିଖରୁ ଆରମ୍ଭ ହେବ । ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ରିପୋର୍ଟ ଅନୁସାରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ମୋଟ ୧୨ ଭେନ୍ୟୁ ସ୍ଥିର କରିଛି । ଏହା ମଧ୍ୟରେ ଅହମ୍ମଦାବାଦ, ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ହାଇଦ୍ରାବାଦ, କୋଲ୍‌କାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଏବଂ ମୁମ୍ବାଇ ସାମିଲ ।

ସେହିପରି ୱାର୍ମଅପ୍ ମ୍ୟାଚ୍ ପାଇଁ ବିସିସିଆଇ ୨-୩ଟି ଅତିରିକ୍ତ ଭେନ୍ୟୁ ସ୍ଥିର କରିପାରେ । ରିପୋର୍ଟରେ ଆହୁରି କୁହାଯାଇଛି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଥିବା ୧୦ ଟିମ୍ ମଧ୍ୟରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ୪୬ ଦିନ ଧରି ଚାଲିବ । ତେବେ ଆଇସିସି ପକ୍ଷରୁ ଏହି ତାରିଖକୁ ନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ।

ସାଧାରଣତଃ ବିଶ୍ୱକପ୍ କାର୍ଯ୍ୟକ୍ରମର ଘୋଷଣା ଏକ ବର୍ଷ ପୂର୍ବରୁ ହିଁ କରାଯାଇଥାଏ । ମାତ୍ର ଚଳିତ ଥର ଆଇସିସି ପାକିସ୍ତାନ କ୍ରିକେଟର୍ ଏବଂ ଭାରତ ସରକାରଙ୍କ ପକ୍ଷରୁ ଟ୍ୟାକ୍ସରେ ମିଳିବାକୁ ଥିବା ରିହାତିକୁ ଅପେକ୍ଷା କରିଛି । ଆଇସିସି ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୨୦୧୬ରୁ ୨୦୨୩ ପର୍ଯ୍ୟନ୍ତ ତିନିଟି ଟୁର୍ଣ୍ଣାମେଣ୍ଟ୍ ପାଇଁ ଟ୍ୟାକ୍ସରେ ରିହାତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହିପରି ପାକିସ୍ତାନୀ ଖେଳାଳି ୨୦୧୩ ପରେ କୌଣସି ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତ ଆସିନାହାନ୍ତି । ଅନ୍ୟପକ୍ଷରେ ସେମାନଙ୍କ ଭିସାକୁ ଭାରତ ସରକାର ମଞ୍ଜୁରୀ ଦେବେ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking