ନୂଆଦିଲ୍ଲୀ: ପ୍ରିମିୟମ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ୱନପ୍ଲସ୍ ସାରା ବିଶ୍ୱରେ ଅନେକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି । ଏଥିରେ OnePlus Ace ମଧ୍ୟ ସାମିଲ । ଆପଣଙ୍କୁ କହିରଖୁଛୁ ନିକଟରେ କମ୍ପାନୀ ଏହା କନଫର୍ମ କରିଛି କି ଖୁବ୍ ଶୀଘ୍ର ଏହି ମଡେଲ୍ ଲଞ୍ଚ୍ ହେବ । ଏହା ସହିତ ସ୍ମାର୍ଟଫୋନର ଫଟୋ ମଧ୍ୟ ଲିକ୍ ହୋଇଯାଇଛି । ଆସନ୍ତୁ ଜାଣିବା ଏହି ଫୋନ୍ ସମ୍ପର୍କରେ ସବୁକିଛି…
କମ୍ପାନୀ ସୂଚନା ଅନୁସାରେ ଏହି ମଡେଲଟି ୨୧ ଏପ୍ରିଲରେ ଲଞ୍ଚ୍ ହେବ । ଭାରତରେ ଏହାକୁ OnePlus 10R ନାଁରେ ଲଞ୍ଚ୍ କରିପାରେ କମ୍ପାନୀ । ବର୍ତ୍ତମାନ ଏହାକୁ କେବଳ ଚାଇନାରେ ଲଞ୍ଚ୍ କରିଛି ୱନପ୍ଲସ୍ । କହିରଖୁଛୁ ଏହାର ଫଟୋ ଲିକ୍ ହୋଇସାରିଛି । ଏହାକୁ ସିଲଭର ଏବଂ ବ୍ଲାକ୍ ୨ଟି କଲର ଅପ୍ସନରେ ମାର୍କେଟକୁ ଆଣିଛି କମ୍ପାନୀ । ଏହାର କ୍ୟାମେରା ମଡ୍ୟୁଲ ମେଟାଲରେ ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଏକ ବଡ କ୍ୟାମେରା ସେନ୍ସର ଏବଂ ୨ଟି ଛୋଟ ଛୋଟ ସେନ୍ସର ସାମିଲ । କ୍ୟାମେରା ମଡ୍ୟୁଲରେ ଏକ ଏଲଇଡି ଫ୍ଲାଶଲାଇଟ୍ ମଧ୍ୟ ଦିଆଯାଇପାରେ ।
ଏଥିରେ ୬.୭ ଇଞ୍ଚର ଆମୋଲେଡ୍ ଫୁଲ୍ ଏଚଡି ପ୍ଲସ ଡିସପ୍ଲେ ଏବଂ ୧୨୦ ହର୍ଜର ରିଫ୍ରେଶ୍ ରେଟ୍ ରହିବ । ମିଡିଆଲେଟ୍ ଡାଇମେନ୍ସିଟି ୮୧୦୦ ପ୍ରୋସେସରରେ ଚାଲୁଥିବା ଏହି ଫୋନରେ ଆପଣଙ୍କୁ ୧୨ ଜିବି ପର୍ଯ୍ୟନ୍ତ ରାମ୍ ମିଳିବ । କ୍ୟାମେରା କଥା କହିବା ତ ଏଥିରେ ୫୦ ଏମପିର ସୋନି IMX766 ପ୍ରାଇମେରୀ ସେନ୍ସର ଏବଂ ଅତିରିକ୍ତ ୨ଟି ସେନ୍ସର ମିଳିବ । ଏଥିରେ ଆପଣଙ୍କୁ ୧୬ ଏମପିର ସେଲ୍ଫି କ୍ୟାମେରା ମଧ୍ୟ ଦିଆଯିବ । ସୂଚନା ଅନୁସାରେ ଏହି ସ୍ମାର୍ଟଫୋନରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ଏବଂ ୮୦ଡବ୍ଲୁର ଚାର୍ଜିଂ ସପୋର୍ଟ ମିଳିପାରେ ।