ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୭ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଫଳରେ ଆଜି ଗୋଟିଏ ଦିନରେ ୧୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ଏବେ ୭୪ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବ ସାଇଟ ରେ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ଏମାନଙ୍କ ର ଟ୍ରାଭେଲ ହିଷ୍ଟ୍ରି ଜଣାପଡିନଥିବା ବେଳେ ଏମାନେ କାହା ସହ ମିଶିଛନ୍ତି ଏବଂ କେଉଁଆଡେ ଯାଇଛନ୍ତି ତାର ଖୋଳତାଡ ଆରମ୍ଭ ହୋଇଛି । ଅନ୍ୟପଟେ ଗୋଟିଏ ଦିନରେ ୧୩ ଜଣ ଚିହ୍ନଟ ହେବା ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି । ତେବେ ବର୍ତମାନ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଯାଜପୁର ବ୍ଲକର ୩ ଜଣ, କୋରେଇ ବ୍ଲକର ଜଣେ ଏବଂ ଓ ଦଶରଥ ବ୍ଲକର ଜଣେ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଏହାଛଡା ଏମାନେ ସମସ୍ତେ ୨୮ ଓ ୨୯ ତାରିଖରେ ଏମାନେ କଲିକତାରୁ ଫେରିଥିବା ସୂଚନା ମିଳିଛି । ଆଉ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।
https://onakhabar.com/2020/04/20/7-corona-positive-cases-found-in-odisha/