କେନ୍ଦୁଝର : କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରି ଜଣେ ଗିରଫ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧୀନ ଶୀଳବଣି ପଂଚାୟତ ବଳଦୁଆଁ ଗ୍ରମାରେ । ଆଶାଦିଦିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ବଳଦୁଆଁ ଗ୍ରାମର ଚନ୍ଦନ ମଣ୍ଡଳ ।
ସୂଚନା ଅନୁଯାୟୀ, ବଳଦୁଆଁ ଗ୍ରାମ ନିକଟ ଦେଇ ଯାଇଥିବା ଏକ କେନାଲରେ ଅନକ ସମୟରେ ସଂଘବଦ୍ଧ ଭାବେ କେତେକ ଲୋକ ମାଛ ଧରୁଥିବା ଘଟଣାକୁ ଆଶା ଦିଦି ବିରୋଧ କରି ଆସୁଥିଲେ । ଶନିବାର ଲୋକମାନେ ମାଛ ଧରିବା ସମୟରେ ପୁଲିସ ପେଟ୍ରୋଲିଂ ଗାଡ଼ି ଯିବାରୁ ସେମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ମାଛ ଧରିବା ଘଟଣାକୁ ନେଇ ଆଶାଦିଦି ପୁଲିସକୁ ସୂଚନା ଦେଇଥିବା ଅନୁମାନ କରି ମଙ୍ଗଳବାର ତାଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ସଚେତନତା କାର୍ଯ୍ୟରେ ନିୟୋଜିତ ଥିବା ଆଶା ଦିଦିଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲା ଏସ୍ପି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆନନ୍ଦପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆନନ୍ଦପୁର ଥାନା ଅଧିକାରୀ ଗଗନ ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରି ବଳଦୁଆଁ ଗ୍ରାମ ନିକଟରୁ ଅଭିଯୁକ୍ତ ଚନ୍ଦନକୁ ଗିରଫ କରିବାରେ ସଫଳ ହୋଇଛି ।