39.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନା ଯୋଦ୍ଧାଙ୍କୁ ଆକ୍ରମଣ : ଜଣେ ଗିରଫ 

କରୋନା ଯୋଦ୍ଧାଙ୍କୁ ଆକ୍ରମଣ : ଜଣେ ଗିରଫ 

କେନ୍ଦୁଝର : କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରି ଜଣେ ଗିରଫ ।  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା   ଆନନ୍ଦପୁର ଥାନା ଅଧୀନ ଶୀଳବଣି ପଂଚାୟତ ବଳଦୁଆଁ ଗ୍ରମାରେ ।  ଆଶାଦିଦିଙ୍କୁ  ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି ।  ଅଭିଯୁକ୍ତ ହେଲେ  ବଳଦୁଆଁ ଗ୍ରାମର ଚନ୍ଦନ ମଣ୍ଡଳ ।
ସୂଚନା ଅନୁଯାୟୀ, ବଳଦୁଆଁ ଗ୍ରାମ ନିକଟ ଦେଇ ଯାଇଥିବା ଏକ କେନାଲରେ ଅନକ ସମୟରେ ସଂଘବଦ୍ଧ ଭାବେ  କେତେକ ଲୋକ  ମାଛ ଧରୁଥିବା ଘଟଣାକୁ ଆଶା ଦିଦି ବିରୋଧ କରି ଆସୁଥିଲେ ।  ଶନିବାର ଲୋକମାନେ  ମାଛ ଧରିବା ସମୟରେ ପୁଲିସ ପେଟ୍ରୋଲିଂ ଗାଡ଼ି ଯିବାରୁ ସେମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।  ଏହି ମାଛ ଧରିବା ଘଟଣାକୁ ନେଇ ଆଶାଦିଦି ପୁଲିସକୁ ସୂଚନା ଦେଇଥିବା ଅନୁମାନ କରି  ମଙ୍ଗଳବାର  ତାଙ୍କ ଉପରେ ଆକ୍ରମଣ କରିଥିଲେ ।  ତେବେ ସଚେତନତା କାର୍ଯ୍ୟରେ ନିୟୋଜିତ ଥିବା ଆଶା ଦିଦିଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲା ଏସ୍‌ପି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆନନ୍ଦପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆନନ୍ଦପୁର ଥାନା ଅଧିକାରୀ ଗଗନ ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରି ବଳଦୁଆଁ ଗ୍ରାମ ନିକଟରୁ ଅଭିଯୁକ୍ତ ଚନ୍ଦନକୁ ଗିରଫ କରିବାରେ ସଫଳ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking