37.2 C
Bhubaneswar
Friday, April 19, 2024
Homeରାକ୍ଷୀ ପୂର୍ଣ୍ଣମୀରାକ୍ଷୀ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନୀତିକାନ୍ତି

ରାକ୍ଷୀ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର: ପୁରୀ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନରେ ମଧ୍ୟ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୁଜରେ ସ୍ୱତନ୍ତ୍ର ଭାବେ ରାକ୍ଷୀ ଲାଗି ହୋଇଥାଏ । ଗହ୍ମା ପୂର୍ଣ୍ଣିମା ଅବସରରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରନ୍ତି । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେନିଭୁଜରେ ସୁନା ଲାଗିଥିବା ପାଟରାକ୍ଷୀ ଓ ଗୁଆରମାଳ ପୁଷ୍ପାଳକ ସେବକମାନେ ଲାଗି କରନ୍ତି । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ରାଖୀ ପ୍ରସ୍ତୁତି ହୋଇଥାଏ । ଚିତାଲାଗି ଅମାବାସ୍ୟା ପରଠାରୁ ଆରମ୍ଭ ହୋଇଥିବା ପାଟରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗାପାଟ ସୂତା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଏ ।

ଉଲ୍ଲେଖଯୋଗ୍ୟ ଯେ ନାଲି, ନେଳି, ବାଇଗଣୀ ଓ ହଳଦିଆ ରଙ୍ଗର ପାଟସୂତାକୁ ନରମ କରାଯାଇ ରାଖୀ ପ୍ରସ୍ତୁତ କରାଯାଇଥାଏ । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ ହୋଇଥିଲା । ସେହିପରି ୫୪ଟି ଗୁଆରେ ଗୋଟିଏ ମାଳ ପ୍ରସ୍ତୁତ କରାଯାଏ । ଏହିମାଳ ପ୍ରସ୍ତୁତ ହୋଇଥାଏ ୪ଟି ରଙ୍ଗରେ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ନାଲି ଗୁଆରମାଳ ଏବଂ ପ୍ରଭୁ ବଳଭଦ୍ରଙ୍କୁ ନେଳି ଓ ବାଇଗଣୀ ରଙ୍ଗର ଗୁଆରମାଳ ଲାଗି ହୋଇଥାଏ । ସୋମବାର ରାକ୍ଷୀ ପୂର୍ଣ୍ଣମୀ ଦିନ ବଳଭଦ୍ରଙ୍କ ଜନ୍ମ । ଗହ୍ମା ପୂର୍ଣ୍ଣମୀ ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ଡାକରା ଆସିବା ପରେ ପାଟରା ସେବକ ରାକ୍ଷୀ ଓ ଗୁଆମାଳକୁ ତାଟରେ ଧରି ଶ୍ରୀମନ୍ଦିରକୁ କରାଯାଏ । ଭୋଗ ମଣ୍ଡପ ଶେଷହେବା ପରେ ୩ବାଡରେ ମଇଲମ କରାଯାଏ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ୩ବାଡ଼ରେ ସର୍ବାଙ୍ଗ ଲାଗି ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking