ଯାଜପୁର : ସୋମବାର ଦିନ 12 ଘଟିକା ସମୟରେ ଓଡିଆରଏସ କ୍ୟାଡର ପୁନଃ ସଂରଚନ ଦାବିରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ପକ୍ଷରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ l ଆଜି ଜିଲ୍ଲା ସଭାପତି ସଞ୍ଜୟ କୁମାର ବଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବ୍ୟାସନଗର ତହସିଲର ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି l ଆଜି ସାରା ରାଜ୍ୟରେ ସଙ୍ଘ ପକ୍ଷରୁ ପ୍ରତେକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି l ଏହି ପରିପକ୍ଷରେ ବ୍ୟାସନଗର ତହସିଲରେ କାର୍ଯ୍ୟ କରୁଥିବା ସମସ୍ତ 14ଟି ସର୍କଲର ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି l ଏହି ଆନ୍ଦୋଳନରେ ଜିଲ୍ଲା ସମ୍ପାଦକ ସୁଧୀର ରଞ୍ଜନ ମଲ୍ଲିକ ଯୋଗଦେଇ ଏହି ଦାବିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଥିଲେ l