29.4 C
Bhubaneswar
Thursday, April 18, 2024
Homeବଲିଉଡ‘ଭୁଲ୍‌ ଭୁଲେୟାଁ-୩’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ

‘ଭୁଲ୍‌ ଭୁଲେୟାଁ-୩’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ

ମୁମ୍ବାଇ : ‘ଭୁଲ୍‌ ଭୁଲେୟାଁ-୩’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ । ନିର୍ଦ୍ଦେଶକ ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ଭୁଲ୍‌ ଭୁଲେୟାଁ-୩’ରେ ଅଭିନେତ୍ରୀ ବିଦ୍ୟା ବାଲାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ନଜର ଆସିବେ ବୋଲି ପୂର୍ବରୁ ସୂଚନା ମିଳିସାରିଛି। ବର୍ତ୍ତମାନ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ବଲିଉଡର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିପାରନ୍ତି। ସେ ଏଥିରେ ଏକ ଭୂତୁଣୀର ଭୂମିକା ନିଭାଇବେ ବୋଲି ଅନୁମାନ କରାଯାଉଛି। ନିର୍ମାତା ପ୍ରଥମ ଥର ପାଇଁ ମାଧୁରୀ ଓ ବିଦ୍ୟାଙ୍କୁ ପରଦାରେ ଏକାଠି ଦେଖାଇବାର ପ୍ରଚେଷ୍ଟା କରି ଦର୍ଶକଙ୍କ ଭିତରେ ଉତ୍ସୁକତା ବୃଦ୍ଧି କରିଛନ୍ତି। ସିନେମାଟିରେ ମହିଳା ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଦୁଃଖର କଥା ଯେ ‘ଭୁଲ୍‌ ଭୁଲେୟାଁ-୩’ ଫିଲ୍ମରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଦେଖିବାକୁ ପାଇବେନି ଦର୍ଶକ। ତେବେ ଚଳଚ୍ଚିତ୍ରରେ ମାଧୁରୀ, ବିଦ୍ୟାଙ୍କ ସ‌ହ ରାଜପାଲ୍‌ ଯାଦବ ଓ ସଞ୍ଜୟ ମିଶ୍ର ମଧ୍ୟ ନଜର ଆସିବେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ଏହି ଫିଲ୍ମଟି ଚଳିତବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking