ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଜାନବାଇ ଠାରୁ ମାଲକାନଗିରି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏହି ପଦଯାତ୍ରାରେ ସିପିଆଇ(ଏମ୍), ମାଲକାନଗିରି ଜିଲ୍ଲା ପକ୍ଷରୁ ଆଦିବାସୀ, ଦଳିତ ଓ ଶ୍ରମଜିବୀ ମାଲକାନଗିରି ଯାଏ ୧୭୦ କିମି ରାସ୍ତା
ପଦଯାତ୍ରାରେ ଆସି ଅନେକ ଲିଖିତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ମାଲାକାନଗିରି ଜିଲ୍ଲାର ଆଦିବାସୀ, ଦଳିତ ଓ ଶ୍ରମଜିବୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏପରି ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର କରିଥିବା ଜଙ୍ଗଲ ଆଇନ ସଂଶୋଧନକୁ ବାତିଲ କର । ଓଡ଼ିଶାରେ ପେଶା ଆଇନ, ୧୯୯୬ କାର୍ଯ୍ୟକାରୀ ନିମନ୍ତେ ତୁରନ୍ତ ଅଧ୍ୱନିୟମ ପ୍ରଣୟନ କରାଯାଉ ଏବଂ ଗ୍ରାମ ସଭାକୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଉ । ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ପ୍ରତି ଆଦିବାସୀ ପରିବାରକୁ ୧୦ ଏକର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯାଉ । ଆଦିବାସୀମାନଙ୍କୁ ଫରେଷ୍ଟ ବିଭାଗ ଦ୍ବାରା ବେଦଖଲ କରିବା ବନ୍ଦ କରାଯାଉ । ଜଙ୍ଗଲ ଅଧିକାର ବଳରେ ପାରମ୍ପାରିକ ଅଧ୍ଵବାସୀମାନଙ୍କୁ ମଧ୍ୟ ଜମି ଦିଆଯାଉ । ଜଙ୍ଗଲ ଜମି ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦଖଲ ନେବା ସଙ୍ଗେ ସଙ୍ଗେ ପଟ୍ଟା ଦିଆଯାଉ । ଜମି ଅଧଗ୍ରହଣ ବେଳେ ସାମାଜିକ ପ୍ରଭାବ ଆକଳନକୁ ବାଧ୍ୟତାମୂଳକ କରଯାଉ । ଅଣ ଆଦିବାସୀ ଲୋକେ ଦଖଲ କରିଥିବା ଆଦିବାସୀଙ୍କ ଜମି ଫେରସ୍ତ ପାଇଁ କଡ଼ା କଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉ । ଦଖଲରେ ଥିବା ସବୁ ଗରିବ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଆଇନ (MGNREGA) ରେ ଦୈନିକ ମଜୁରୀ ୬୦୦ ଟଙ୍କା କୁ ବୃଦ୍ଧି କରି ବାର୍ଷିକ ୨୦୦ ଦିନର କାମ ଦିଆଯାଉ । ମନରେଗା ଦିଏ କାମରେ ମେସିନ ବ୍ୟବହାର ଓ ଠିକାଦାର ଦ୍ବାରା କାର୍ଯ୍ୟକୁ ଅପରାଧିକ କାର୍ଯ୍ୟ ଭାବେ ବିବେଚନା କରାଯାଉ ଏପରି ୧୭ ଗୋଟି ଦାବି ରଖି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।