30.1 C
Bhubaneswar
Saturday, May 18, 2024
Homeକରୋନାଓମ୍ରିକନ ଆଣିପାରେ ଆଉ ଏକ ନୂଆ ଓ ବିପଦପୂର୍ଣ୍ଣ କୋଭିଡ ଭାରିଏଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମ୍ରିକନ ଆଣିପାରେ ଆଉ ଏକ ନୂଆ ଓ ବିପଦପୂର୍ଣ୍ଣ କୋଭିଡ ଭାରିଏଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଓମ୍ରିକନ ବିପଦ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏମିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ନୂଆ ଓ ଏବେ ଥିବା ଭାରିଆଣ୍ଟସରୁ ବି ବିପଦଜନକ ଭାରିଏଣ୍ଟ ନେଇ ଚେତାବନୀ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ସାରା ଦୁନିଆରେ ଓମ୍ରିକନର ବଢୁଥିବା ମାମଲା ଏକ ନୂଆ ଓ ଅଧିକ ଖତରନାକ ଭାରିଏଣ୍ଟର ବିପଦକୁ ବଢାଇପାରେ ।
ସାରା ବିଶ୍ୱରେ ଓମ୍ରିକନ ଆଗକୁ ଆଗକୁ ମାଡି ଚାଲିଛି । ଯେତେବେଳେ ଏହା ପ୍ରଥମେ ଜଣାପଡିଥିଲା, ଏହାର ସଂକ୍ରମଣ ଗଭିରତା ନେଇ ଅନେକ କଳ୍ପନା କରାଯାଉଥିଲା । ହେଲେ ଏବେ ଏହାର ସଂକ୍ରମଣକୁ ହାଲକାରେ ଦେଖାଯାଉଛି । ଏହାକୁ ନେଇ ଏମିତି କଥା ବି ସାମ୍ନାକୁ ଆସିବାକୁ ଲାଗିଛି ଯେ, କରୋନା ମହାମାରୀ ଖୁବଶୀଘ୍ର ଶେଷ ହୋଇଯିବ ଓ ଜନଜବୀନ ପୂର୍ବଭଳି ପୁଣି ସାମାନ୍ୟ ହୋଇଯିବ ।
ମାତ୍ର ହୁ କହିଛି ଯେ, ସବୁ କିଛି ଏତେ ଜଲଦି ଠିକ ହେବ ନାହିଁ । ବଂର ସ୍ଥିତି ଆହୁରି ଖରାପ ହୋଇପାରେ । ହୁ ର ବରିଷ୍ଠ ଅଧିକାରୀ କ୍ୟାଥରିନ ସ୍ମାଲବୁଡ କହିଛନ୍ତି ଯେ, ଓମ୍ରିକନ ସଂକ୍ରମଣ ର ବୃଦ୍ଧି ହାର ବିପରୀତ ପ୍ରଭାବ ପକାଇପାରେ । ଓମ୍ରିକନ ଯେତେ ଅଧିକ ବ୍ୟାପିବ, ଯେତେଥର ଭାଇରସ ସ୍ୱରୂପରେ ପରିବର୍ତନ ଆସିବ, ସେତିକି ଅଧିକ ସମ୍ଭାବନା ରହିଛି ଯେ, ଏହାର ନୂଆ ଭାରିଏଣ୍ଟ ଜନ୍ମ ନେବ । ଓମ୍ରିକନ ଡେଲଟା ଭାରିଏଣ୍ଟରୁ କମ ଘାତକ ହୋଇପାରେ, ଏହାଦ୍ୱାରା ମୃତ୍ୟୁହାର କମ । ହେଲେ କାହାକୁ ଜଣା ନୂଆ ଭାରିଏଣ୍ଟ କେତେ ବିପଦଜନକ ହେବ । କିଛି କୁହାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking