30.1 C
Bhubaneswar
Monday, May 12, 2025
Homeଓଡିଶାପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡ଼ା ହୋଇଯିବା ଯୋଗୁଁ ସ୍ଲାବଟି ଭାଙ୍ଗି ଯାଇଥିଲା ଏବଂ ଜୟନ୍ତୀ ଟାଙ୍କି ଭିତରକୁ ଗଳି ପଡ଼ିଥିଲେ। ଏହାପରେ ଟାଙ୍କି ନିକଟରେ ଗଦା ଯାଇ ଥିବା ଗୋଡ଼ିଗୁଡ଼ିକ ତାଙ୍କ ଉପରେ ଲଦି ହୋଇ ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତୀଙ୍କୁ ଉଦ୍ଧାର କରି ଏସସିବିକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking