33.1 C
Bhubaneswar
Sunday, June 26, 2022
Homeବିଜିନେସ୍ତେଲ ଓ ପରିବା ମୂଲ୍ୟ ପଛରେ ପଡିଲା ପାଇକାରୀ ମୁଦ୍ରାସ୍ଫୀତି

ତେଲ ଓ ପରିବା ମୂଲ୍ୟ ପଛରେ ପଡିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପାଇକାରୀ ମୁଦ୍ରାସ୍ଫୀତିକୁ ପଛରେ ପକାଇଛି ପରିବା ଓ ତେଲର ମୂଲ୍ୟ । ସମଗ୍ର ଦେଶରେ ମୁଦ୍ରାସ୍ଫୀତି ବଢି ଚାଲିଥିବା ବେଳେ ସାଧାରଣ ଲୋକ ଏହା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୧୭ ବର୍ଷର ରେକର୍ଡକୁ ଏହା ଭାଙ୍ଗିଥିଲା ପାଇକାରୀ(ହୋଲସେଲ୍‌) ମୁଦ୍ରାସ୍ଫୀତି । ୧୫.୦୮ ପ୍ରତିଶତକୁ ପହଞ୍ଚିବା ସହିତ ସମସ୍ତ ରେକର୍ଡ ଭାଙ୍ଗିଥିଲା । ତେବେ ଶୁକ୍ରବାର ପ୍ରକାଶିତ ଅନ୍ୟ ଏକ ରିପୋର୍ଟ ଅନୁସାରେ ପାଇକାରୀ ମୁଦ୍ରାସ୍ଫିତୀକୁ ପଛରେ ପକାଇଛି ତେଲ ଓ ପନିପରିବା ଦର । ଏପ୍ରିଲ ମାସରେ କିରୋସିନି ତେଲ, ତରଳ ଆମୋନିଆ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ ଏବଂ ପନିପରିବାର ଦର ଆକାଶ ଛୁଇଁଥିଲା । ବିଗତ ବର୍ଷର ଏପ୍ରିଲ ମାସ ତୁଳନାରେ କିରୋସିନି ସବୁଠୁ ଅଧିକ ମହଙ୍ଗା ହୋଇଛି ।

ବର୍ଷକର ବ୍ୟବଧାନ ମଧ୍ୟରେ କିରୋସିନି ମୂଲ୍ୟ ୧୧୮.୨ ପ୍ରତିଶତରେ ପହଞ୍ଚିବା ସହିତ ୩ ଅଙ୍କ ସ୍ପର୍ଶ କରିଛି । ମହଙ୍ଗା ହୋଇଥିବା ଅନ୍ୟ ଜିନିଷ ମଧ୍ୟରେ ରହିଛି କୋବି ଓ କଲରା । ବନ୍ଧା କୋବିର ମୂଲ୍ୟ ୮୮.୩% ବୃଦ୍ଧି ପାଇଥିବା ବେଳେ କଲରାର ମୂଲ୍ୟ ୭୫.୪% ବୃଦ୍ଧି ପାଇଛି । ସମୁଦାୟ ୬୯୭ଟି ଉତ୍ପାଦକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ମଧ୍ୟରୁ ୫୬୪ଟି ସାମଗ୍ରୀର ଦର ବଢିଛି। ଏହି କାରଣରୁ ମୁଦ୍ରାସ୍ଫୀତି ୭.୭୍ୟ ଛୁଇଁବା ସହିତ ୮ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଛି । ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢିଛି । ଏପ୍ରିଲ ମାସରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତିି ହାର ୮.୩୫ ପ୍ରତିଶତ ଥିଲା ।

ରୁଷ୍ ୟୁକ୍ରେନ୍ ଯୁଦ୍ଧ କ।।ରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ୬୯.୦୭% ଅଧିକ ରହିଥିଲା । ଇନ୍ଧନ ଓ ବିଦ୍ୟୁତ ଦର ୩୮.୬୬ ପ୍ରତିଶତ ବୃଦ୍ଧି ପାଇଥିଲା । ମାର୍ଚ୍ଚ ୨୦୨୨ରେ ୩୪.୫୨% ଥିବା ଦେଖା ଯାଇଛି । ସେହିପରି ଉତ୍ପାଦନ କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଏପ୍ରିଲରେ ୧୦.୮୫% ଥିବା ବେଳେ ମାର୍ଚ୍ଚ ମାସରେ ୧୦.୭୧% ଥିଲା । ପନିପରିବା, ଫଳ, ଗହମ ଓ ଆଳୁ ଦର ଏପ୍ରିଲରେ ବାର୍ଷିକ ଆଧାରରେ ବଢିବା ଯୋଗୁ ଖାଦ୍ୟପଦାର୍ଥ ମୂଦ୍ରାସ୍ପିତି ୮.୩୫ ପ୍ରତିଶତକୁ ଛୁଇଁଥିଲା । ଏହା ସହିତ ଖୁଚୁରା ମୁଦ୍ରାସ୍ଫୀତିରେ ଏଭଳି ବୃଦ୍ଧି କ୍ଷୁଦ୍ର ଶିଳ୍ପ ଗୁଡିକ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking